Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭକ୍ତଚରଣ ମାଝୀଙ୍କ ମିଥ୍ୟା ଖବରର ପ୍ରତିବାଦ ସଂପର୍କରେ ପ୍ରେସ୍ ବିଜ୍ଞପ୍ତି

1 min read

ନବରଙ୍ଗପୁର(ସଖପ୍ର):ନବରଙ୍ଗପୁର ଜିଲ୍ଲା କୋଭିଡ୍ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଭକ୍ତଚରଣ ମାଝୀଙ୍କ ମିଥ୍ୟା ଖବରର ପ୍ରତିବାଦ୍ ସଂପର୍କରେ, ପ୍ରେସ୍ ବିଜ୍ଞପ୍ତି । ଝରିଗାଁ ବ୍ଲକ୍ ଅନ୍ତର୍ଗତ ବୋରାବେଡା ଗ୍ରାମର ଭକ୍ତଚରଣ ମାଝୀ କରୋନା ସଂକ୍ରମିତ ହୋଇ ଜିଲ୍ଲା କୋଭିଡ୍ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ରାତ୍ର ୯ ଘଟିକା ସମୟରେ ମୃତ୍ୟୁବରଣ କରିଥିଲେ । ସରକାରଙ୍କ କୋଭିଡ୍ ନିୟମାନଯାୟୀ ରାତ୍ର ୧୦ ଘଟିକାରେ ଶବକୁ କଭର କରାଯାଇ ମୃତ ବ୍ୟକ୍ତି ସଂପର୍କୀୟଙ୍କ ଉପସ୍ଥିତିରେ ନବରଙ୍ଗପୁର ଶ୍ମଶାନରେ ରାତ୍ର ୧୨.୩୦ ଘଟିକାରେ କୋଭିଡ୍ ନିୟମାନଯାୟୀ ଶବ ସଂସ୍କାର କରାଯାଇଥିଲା । ପ୍ରକଳ୍ପ ନିର୍ଦ୍ଦେଶକ, ନବରଙ୍ଗପୁର ମଧ୍ୟ କୋଭିଡ୍ ଚିକିତ୍ସାଳୟରେ ରାତ୍ର ୧୧ ଘଟିକାରେ ଉପସ୍ଥିତ ଥିଲେ । ସ୍ୱର୍ଗତ ଭକ୍ତଚରଣ ମାଝୀ ଦିବା ୨.୩୦ ମି ସମୟରେ ଷ୍ଟାଫ ନର୍ସମାନଙ୍କୁ ସେ ଚିକିତ୍ସାଳୟ ଆସିବା ସଂପର୍କରେ ମେସେଜ କରିବା ସହିତ, ତାଙ୍କର ସଂପର୍କୀୟଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ସ୍ୱର୍ଗତ ମାଝୀ ଦିବା ୧୧ ଘଟିକାରେ ମୃତ୍ୟୁବରଣ କଲେ ବୋଲି, ଯେଉଁ ଭିଡିଓ ରେକର୍ଡିଙ୍ଗ କରାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସ୍ୱର୍ଗତ ଭକ୍ତଚରଣ ମାଝୀଙ୍କର ସଂପର୍କୀୟଙ୍କ ଉପସ୍ଥିତିରେ ରାତ୍ର ୧୨.୩୦ ମି. ସମୟରେ କୋଭିଡ୍ ନିୟମାନୁଯାୟୀ, ନବରଙ୍ଗପୁର ଶ୍ମଶାନରେ ତାଙ୍କର ଶବ ସଂସ୍କାର ଜିଲ୍ଲା ପ୍ରାଶାସନ ଦ୍ୱାରା କରାଯାଇଥିଲା । ସ୍ୱର୍ଗତ ଭକ୍ତଚରଣ ମାଝୀଙ୍କ ମୃତ୍ୟୁକୁନେଇ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *