Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାଚିିକା ସହାୟତା ସଂଘର ଆଂଚଳିକ ସମ୍ମିଳନୀ

1 min read

ଧର୍ମଶାଳା, ୪/୧୧ (ପ୍ରତିନିଧି ନାରାୟଣ ରଥ) ଓଡିଶା ମିଳିତ ବିଦ୍ୟାଳୟର ପାଚିକା ସହାୟତା ସଂଘର ଜାରକା ଆଂଚଳିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି । ଜାରକାରେ ଅନୁଷ୍ଠିତ ସଭାରେ ଏସ୍ୟୁସିଆଇସି ଜିଲ୍ଲା ସଂପାଦକ ସୁରେଶ ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ । ପାଚିକା ସହାୟକାଙ୍କୁ ଚତୁର୍ଥ ଶ୍ରେଣୀର ମାନ୍ୟତା, ସର୍ବନିମ୍ନ ମଜୁରୀ ମାସିକ ୨୧ହଜାର ଟଙ୍କା ପ୍ରଦାନ , ବାଦପଡିଥିବା ପାଚିକାଙ୍କୁ ଅନ୍ୟତ୍ର ନିଯୁକ୍ତି , ୬୦ବର୍ଷ ପରେ ପେନ୍ସନ୍ ଲାଗୁ , ୨୮ମାସର ବର୍ଦ୍ଧିତ ବକେୟା ଦରମା ଦାବି ପ୍ରମୁଖ ୧୧ ଦଫା ଦାବିର ଏକ ଚିଠା ପ୍ରସ୍ତାବ ରେଣୁବାଳା ପାଳଙ୍କୁ ଆଗତ କରାଯାଇଥିଲା । ରାଜ୍ୟସଂଘ ନେତା ରାଜକିଶୋର ମଲ୍ଲିକ, ମଧୁସ୍ମିତା ସାହୁ, ପ୍ରଶାନ୍ତ କୁମାର ସ୍ୱାଇଁ, ପ୍ରଭାତୀ ମଲ୍ଲିକ, ରଶ୍ମିତା ମଲ୍ଲିକ, ଶୈଳବାଳା ସାହୁ, ସ୍ନିତାରାଣୀ ସାହୁ, ପ୍ରମୁଖ ପାଚିକା ସହାୟିକାଙ୍କ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।ଏସ୍ୟୁସିଆଇସି ପକ୍ଷରୁ ଆସନ୍ତା ଡିସେମ୍ବର ୧୪ ଓ ୧୫ ରେ ରାଜ୍ୟ ସମ୍ମିଳନୀ ଯାଜପୁର ରୋଡ୍ରେ ଏବଂ ଆସନ୍ତା ବର୍ଷ ଫେବୃୟାରୀ ୧୩ ରୁ ୧୫ରେ ସର୍ବଭାରତୀୟ ସମ୍ମିଳନୀ ଝାଡଖଣ୍ଡରେ ଅନୁଷ୍ଠିତ ହେବବୋଲି ସମ୍ମିଳନୀରେ ଶ୍ରୀ ମଳ୍ଲିକ ସୂଚନା ଦେଇଥିଲେ । ବ୍ଲକ୍ ସଭାନେତ୍ରୀ ମିନତୀ ଦାଶ ଓ ସଂପାଦିକା ସ୍ମିତାରାଣୀ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହୀରା ତରାଇ ଧନ୍ୟବାଦ ଅର୍ପଣ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *