Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦିବ୍ୟାଙ୍ଗଙ୍କୁ ଦଇବ ସାହା, ମିଳୁନି ସରକାରୀ ସହାୟତା

1 min read

ଗଡମଧପୁର, ୪/୧୧(ପ୍ରତିନିଧି ନାରାୟଣ ରଥ) ଧର୍ମଶାଳା ବ୍ଲକ୍ ମଧୁପୁରଗଡ ପଂଚାୟତ ମଧୁପୁରଗଡ ଗ୍ରାମର ବିରଂଚି ବାରିକ ୪୮ ବର୍ଷ ବୟସ ସରକାରଙ୍କଠାରୁ ଶତକଡା ୮୫ ଭାଗ ଭିନ୍ନକ୍ଷମ ପ୍ରମାଣପତ୍ର ପାଇ ମଧ୍ୟ କୈାରଓି ସରକାରୀ ସରକାରୀ ସହାୟତା ପାଇପାରିନାହାନ୍ତି । ପଂଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଗୁହାରି କରି ମଧ୍ୟ ଭତା ହୋଇପାରୁନାହିଁ । ବିରଂଚିଙ୍କ ପରିବାରରେ ଦୁଇ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ । ବିରଂଚି ଥିଲେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଚଢ଼େଇଧରାଛକ ଠାରେ ସେଲୁନ୍ କରି ନିଜର ଗୁଜୁରାଣ ମେଂଟାଇଥାନ୍ତି । ଭୂମିହୀନ ବିରଂଚିଙ୍କ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଘର ନାହିଁ । ଗୋଟିଏ ବଖରା ଭଙ୍ଗାଘରେ ଦୟନୀୟ ଜୀବନ ବିତାଉଛନ୍ତି ଦିବ୍ୟାଙ୍ଗ ବିରଂଚିଙ୍କ ପରିବାର । ଯାହା ରୋଜଗାର କରୁଥିଲେ, ସେଥିରେ ବିରଂଚି ଚଳିଯାଉଥିଲେ । ୨ବର୍ଷ ତଳେ ତାଙ୍କ ଭାଗ୍ୟାକାଶରେ କଳାବାଦଲ ସ୍ୱରୁପ ରୋଗ ମାଡିବସିଥିଲା । ରୋଗାଗ୍ରସ୍ତ ବିରଂଚି ନିଜର ବୃତି ହରାଇ ରୋଗରେ ଛଟପଟ ହେଉଛନ୍ତି । ବିରଂଚି କଟକ ବଡ ମେଡିକାଲରେ ମାସ ମାସ ଧରି ଚିକିସôିତ ହୋଇଥିଲେ ମଧ୍ୟ ରୋଗ ଯନ୍ତ୍ରଣା କମିଲା ନାହିଁ । ଯନ୍ତ୍ରଣାରେ ଛଟପଟ ବିରଂଚିଙ୍କୁ ସୁସ୍ଥ କରିବା ପାଇଁ ପରିବାର ଲୋକେ ନୟାନ୍ତ ହୋଇପଡିଛନ୍ତି । ଭୁବନେଶ୍ୱର ଏମଏସ ହସ୍ପିଟାଲ ଠାରେ କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ ଦ୍ୱାରା ପରିଚାଳିତ ଚିକିସôାଳୟରେ ଚିକିସôା ଲାଗି ବିରଂଚିକୁ ଭର୍ତି କରିଥିଲେ । ଆଣ୍ଠୁ ତଳକୁ କାଟିଦେଇଥିଲେ ଏତିକିରେ ତାଙ୍କ ଦୁଃଖ ସରିନଥିଲା । ପୁନଶ୍ଚ ସଂକ୍ରମିତ ହୋଇ ଯନ୍ତ୍ରଣାରେ ଛଟପଟ ହେବା ପରେ ପୁଣି ଥରେ ଗୋଡରେ ଅପରେଶନ କରାଯାଇଥିଲା । ଦିବ୍ୟାଙ୍ଗ ପାଲଟିଥିବା ବିରଂଚି ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ତାଙ୍କୁ ପକ୍ଷାଘାତ ରୋଗ ଆକ୍ରାନ୍ତ କଲା । ବର୍ତମାନ ସେ ଶଯ୍ୟାଶାୟୀ । ପରିବାର ଚଳେଇବା ଦୂର କଥା ଔଷଧ ଖର୍ଚ୍ଚ ତୁଲାଇବାକୁ ସେ ସକ୍ଷମ ନୁହଁନ୍ତି । ଜିଲ୍ଲା ପ୍ରଶାସନ ତାଙ୍କୁ ତୁରନ୍ତ ପଂଚାୟତ ମାଧ୍ୟମରେ ଭିନ୍ନକ୍ଷମ ଭତା, ଚାଉଳ ଓ ଗୋଟିଏ ପକ୍କା ଘର ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବିଭିନ୍ନ ସଂଗଠନଏବଂ ବ୍ୟକ୍ତିବିଶେଷ ମାନେ ସହଯୋଗରହାତ ବଢାଇବାକୁୁ ସେ ଆକୁଳ ନିବେଦନ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *