Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଦ୍ମପୁର ଅଂଚଳରେ ନବବଧୂଙ୍କୁ କିରୋସିନ ଢାଳି ହତ୍ୟା ଉଦ୍ୟମ

1 min read

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ)ରାୟଗଡା ଜ଼ିଲ୍ଲା ପଦ୍ମପୁର ପୋଲିସ ଥାନା ଅନ୍ତର୍ଗତ ବାୟାପୁର ଗ୍ରାମରେ ଯୌତୁକ ପାଇଁ ଏକ ଅଭାବନୀୟ ଘଟଣା ଘଟିିଯାଇଛି । ବାୟାପୁର ଗ୍ରାମରେ ବର୍ଷକ ତଳେ ପଦ୍ମପୁର ଗ୍ରାମର ସୁପ୍ରିୟା ସାହୁ ବାୟାପୁର ଗ୍ରାମର ସନ୍ତୋଷ ସାହୁଙ୍କୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ। ବିବାହ ସମୟରେ ଶ୍ୱଶୁର ଘର ପକ୍ଷରୁ ଦାବି ମୁତାବକ ଯୌତୁକ ସୁପ୍ରିୟାଙ୍କ ପରିବାର ପକ୍ଷରୁ ସନ୍ତୋଷକୁ ଦିଆଯାଇଥିଲା। କିନ୍ତୁ ବିବାହର ଅଳ୍ପଦିନ ପରେ ଶାଶୁ ଶ୍ୱଶୁର ଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରି ସୁପ୍ରିୟାକୁ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ ୬ମାସରୁ ଉର୍ଦ୍ଧ ଧରି ଶ୍ୱଶୁର ଘର ନିର୍ଯ୍ୟାତନା ସହି ଆସୁଥିଲା ସୁପ୍ରିୟା କିନ୍ତୁ ଗତ ୬ତାରିଖ ଦିନ ସଖାଳୁ ସୁପ୍ରିୟାକୁ ମାଡ଼ ମାରିବା ସହିତ କିରୋସିନ ଢାଳି ପୋଡି ଜୀବନରେ ମାରିଦେ଼ବାକୁ ସ୍ୱାମୀ ଶାଶୁ ଶ୍ୱଶୁର ଏକ କୋଠରୀ ମଧ୍ୟରେ ଉଦ୍ୟମ କରିଥିଲେ କିନ୍ତୁ ସୁପ୍ରିୟା ଠେଲା ପେଲା କରି ଘରୁ ବାହାରି ଆସି ଥିଲା। ଦୌଡ଼ି ଦୌଡ଼ି ପଦ୍ମପୁର ଥାନାରେ ଅଭିଯୋଗ କରିଥିଲା। ପରେ ସୁପ୍ରିୟା ପରିବାରକୁ ଖବର ଦିଆଯାଇଥିଲା। ପରେ ସୁପ୍ରିୟାଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏସ ଆଇ ଜେନାଙ୍କ ସହିତ ଏକ ପୋଲିସ ଟିମ ବାୟାପୁର ପହଂଚି ଚଡାଉ କରି ସ୍ୱାମି ସନ୍ତୋଷ ସାହୁ ଶାଶୁ ରମା ଶ୍ୱଶୁର କାଳିଆ ସାହୁକୁ ଗିରଫ କରିଥିଲେ। ଥାନା କେଶ ନଂ 25/20 ଆଇ ପି ସି ରେ 498a, 294, 323, 307 ଓ 34 ଅନୁଯାଇ ଉକ୍ତ ଆସାମୀ ମାନଂକୁ କୋର୍ଟକୁ ଚାଲାଣ କରାଯାଇଥିବା ତଦନ୍ତ କାରି ଅଧିକାରୀ ସୂଚନା ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *