Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳ ଆଲୁମିନା ଓ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପକ୍ଷରୁ ଅନ୍‌ଲାଇନ୍ ଶିକ୍ଷା ଆରମ୍ଭ

1 min read

ରାୟଗଡା ଜ଼ିଲ୍ଲା:( ପ୍ରତନିଧି ଅମୁଲ୍ୟ ନିଶଙ୍କ) ରାୟଗଡ଼ା ଜିଲ୍ଲାରେ ଥିବା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍‌), ଦୋରାଗୁଡ଼ାର ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ଦୋରାଗୁଡ଼ା ତରଫରୁ ଅନଲାଇନ୍ କ୍ଲାସେସ୍ ଜରିଆରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାକୁ ଜାରି ରଖିବା ଲାଗି ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ୍‌-୧୯ ବିଶ୍ୱ ମହାମାରୀ କାରଣରୁ ୨୦୨୦ ମାର୍ଚ୍ଚ ପରଠାରୁ ସର୍ବଭାରତୀୟ ଲକ୍‌ଡାଉନ୍ ଯୋଗୁଁ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି । ବିଭିନ୍ନ ଶ୍ରେଣୀ ପାଇଁ ସୃଷ୍ଟି କରାଯାଇଥିବା ହ୍ୱାଟସ୍‌ଆପ୍ ଜରିଆରେ ପ୍ରାୟ ୬୩୪ ଛାତ୍ରଛାତ୍ରୀଙ୍କୁ ଟିଏଲ୍‌ଏମ୍‌, ପ୍ରୋଜେକ୍ଟସ୍‌, ୟୁଟ୍ୟୁବ୍ ଲିଙ୍କ୍ ଏବଂ ୱାର୍କସିଟ୍ ଭଳି ବିଭିନ୍ନ ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି । ଏହା ବ୍ୟତୀତ “ମାଇକ୍ରୋସଫ୍‌ଟ ଟିମ୍‌” ସଫଟ୍‌ଓୟାର ଜରିଆରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଅନଲାଇନ୍ ଇଟଂରଆକ୍ଟିଭ୍ କ୍ଲାସେସ୍ ଆରମ୍ଭ କରାଯାଇଛି ।
ଭାରତ ସରକାରଙ୍କ ତରଫରୁ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ତୁରନ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏଲ୍ ଏନ୍ ଦାଶଙ୍କ ମାର୍ଗଦର୍ଶନରେ ତ୍ରୁଟିମୁକ୍ତ ଭାବେ ଅନଲାଇନ୍ କ୍ଲାସେସ୍ ଆରମ୍ଭ କରାଯାଇଛି ।ଅନଲାଇନ୍ କ୍ଲାସେସ୍‌ରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଏକତ୍ର ଯୋଡ଼ି ହୋଇ ଶିକ୍ଷା ପ୍ରକ୍ରିୟାରେ ଆଗକୁ ବଢ଼ୁଛନ୍ତି । ଅନଲାଇନ୍ କ୍ଲାସେସ୍ ଜରିଆରେ ପାଠପଢ଼ା ପାଇଁ ସ୍କୁଲ୍ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଡକ୍ଟର ଏସ୍ ଗାଙ୍ଗୁଲି, ସିଇଓ-ଜିଏଚ୍‌ଆର୍ ଏଜୁକେସନ, ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି ଉତ୍କଳ ଆଲୁମିନା ଏବଂ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି)ର ଅଧ୍ୟକ୍ଷ ଓ ଶ୍ରୀଯୁକ୍ତ ଟି ଏମ୍ ପ୍ରକାଶ, ୟୁନିଟ୍‌ର ମାନବ ସମ୍ବଳ ମୁଖ୍ୟଙ୍କ ସମେତ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏ ସଂକ୍ରାନ୍ତରେ ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଓ ସଭାପତି ଶ୍ରୀଯୁକ୍ତ ଏନ୍ ନାଗେଶ କହିଛନ୍ତି ଯେ, “ଆମେ ସର୍ବଦା ଏବିପିଏସ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ଶିକ୍ଷା ଏବଂ ଶିକ୍ଷଣୀୟ ବ୍ୟବସ୍ଥା କରୁଛୁ। ଯାହାକୁ ଆମେ ଏହି ସଙ୍କଟମୟ ସମୟରେ ମଧ୍ୟ ଜାରି ରଖିଛୁ । ସ୍କୁଲ୍‌ର ପ୍ରସ୍ତୁତି ଓ ସମସ୍ତ ଶିକ୍ଷକ ମଣ୍ଡଳୀ ଏଥିପାଇଁ ଆଗେଇ ଥିବା ଏବଂ ଏଭଳି ପ୍ରତିକୂଳ ସମୟରେ ପିଲାମାନଙ୍କ ପାଇଁ ଶିକ୍ଷା ଜାରି ରଖିବାକୁ ମୁଁ ପ୍ରଶଂସା କରୁଛି ।’’
ଅନଲାଇନ୍ କ୍ଲାସେସ୍ ଚାଲୁ ରଖିବା ପାଇଁ ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍‌ର ସୂଚନା ଓ ପ୍ରଯୁକ୍ତି ବିଭାଗ ସବୁ ପ୍ରକାର ସମ୍ଭବ ସହାୟତା ସ୍କୁଲର ଟିମ୍‌କୁ ଯୋଗାଇ ଦେଇଛନ୍ତି । ଏଭଳି କଠିନ ସମୟରେ ଶିକ୍ଷାଦାନକୁ ଜାରି ରଖିବା ଲାଗି ବିଦ୍ୟାଳୟ ତରଫରୁ ଗ୍ରହଣ କରାଯାଇଥିବା ଏହି ଉଲ୍ଲେଖନୀୟ ପଦକ୍ଷେପକୁ ନେଇ ଅଭିଭାବକମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *