Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଦାରେ ପଡିଲା ଔପଦା ତହସିଲ ଅଞ୍ଚଳରେ ଜାଲିଆତି କରି ଜମି କିଣି ଅନ୍ଯକୁ ବିକିବା

1 min read

ବାଲେଶ୍ବର,୧୮/୧୧– ବାଲେଶ୍ବର ଜିଲ୍ଲା ଔପଦା ତହସିଲ ଅଧିନ ଜଗନ୍ନାଥପୁର ଗ୍ରାମରେ ଜାଲିଆତି କରି ଜମିକିଣି ଅନ୍ଯକୁ ବିକିବା ଘଟଣା ପଦାରେ ପଡିଲା । ଘଟଣାରୁ ଯାହା ଜଣାପଡିଛି ଶ୍ରୀମତୀ ବାସନ୍ତୀ ରାଉତ ପିତା ଉପେନ୍ଦ୍ର ରାଉତ, ସ୍ବାମୀ, ଭଗବାନ ରାଉତ ଔପଦା ଥାନା/ତହସିଲ ଅଧିନ ଜଗନ୍ନାଥପୁର ଗ୍ରାମର ବାୟିଣୀ ସ ,ସ୍ବାମୀ ସ୍ବଗର୍ତ ବିଶ୍ବନାଥ ସଙ୍କ ଠାରୁ ଗତ ୨୮.୦୩.୧୯୯୦
ମସିହାରେ ଖାତା ନମ୍ବର(ଏମଏସ)୧୦୬,ପ୍ଲଟ ନମ୍ବର ୭୯୫ ମୋଟ ଜମି ଏ୧.୦୩ସ୍କ ରୁ ଏ୦.୨୩ଡିସିମିଲି ଶାରଦ କିସମ ଜମିକୁ କିଣି ଥିଲେ । କିଣିବା ସମୟରେ ବାସନ୍ତୀ ରାଉତଙ୍କର ବୟସ ୬ ବର୍ଷ ହୋଇ ଥିବାରୁ ମାତା ରମାମଣି ରାଉତ କବଲାରେ ଗାରର୍ଜନ ପଡି କବଲା କରାଯାଇଥିଲା । ଉକ୍ତ ଜମିକୁ ସେହି ଜଗନ୍ନାଥପୁର ଗ୍ରାମର ଜଗବନ୍ଧୁ ଲେଙ୍କା ପିତା ଅପ୍ରର୍ତ୍ତି ଲେଙ୍କା ନାମକ ଜଣେ ବ୍ଯକ୍ତି ଗତ ତା ୩୦.୦୩.୨୦୦୧ମସିହାରେ ନିଳଗିରି ସବରେଜେରଷ୍ଟ୍ରି ଅଫିସରେ ରେଜିଷ୍ଟ୍ରେସନ କରି ନେଇଥିବାର ବିଶେଷ ସୂତ୍ରରୁ ଜାଣିବାକୁ ପାଇ ଜମିର ଅବିକଳ ନକଲ ବାହାର କରି ଅବଗତ ହୋଇଥିଲେ ଶ୍ରୀମତୀ ରାଉତ । କବଲା ରେଜିଷ୍ଟ୍ରେସନ ନମ୍ବର ୬୦୪ ଏ ୦.୨୩ଡିସିମିଲି ଅଟେ। ବଡ ଆଶ୍ଚର୍ଯ୍ୟର ବିଷୟ କବଲା ହେବା ଦିନ ବାସନ୍ତୀ ରାଉତ କିମ୍ବା ମାତା ରମାମଣି ରାଉତ ସବରେଜେଷ୍ଟ୍ରି ଅଫିସକୁ ଯାଇନଥିଲେ ବୋଲି ଶ୍ରୀମତୀ ରାଉତ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି କବଲା ହେବା ଦିନ ବାସନ୍ତୀ ରାଉତଙ୍କର ବୟସ ୧୬ ବର୍ଷ ୧୧ ମାସ ୨୦ ଦିନ ହୋଇଥିଲା । ବଡ଼ ଆଶ୍ଚର୍ଯ୍ୟର ବିଷୟ ୧୯ ବର୍ଷ କରି କିପରି କବଲା କରାଗଲା ତାହା ଏବେ ପ୍ରଶ୍ନ ଉଠିଛି । ମାତା ଗାରର୍ଜନ ହିସାବରେ କବଲାରେ ଦସ୍ତଖତ କରି ନାହାନ୍ତି । ବାସନ୍ତୀ ରାଉତ ପିତା ଉପେନ୍ଦ୍ର ରାଉତଙ୍କ ଦସ୍ତଖତକୁ ଜାଲକରି ଜଗବନ୍ଧୁ ଲେଙ୍କା ନିଜ ନାମରେ କବଲା କରିନେଇଥିଲେ । ସେହି ଜାଲ କବଲା ଓ ପଟ୍ଟା ଖତିଆନ ଦେଖାଇ ଗତ ତା୦୭.୦୯.୨୦୧୩ ମସିହାରେ ଔପଦା ତହସିଲ ଅଧିନ କଷିଗଡିଆ ଗ୍ରାମର ଆଦିକନ୍ଦ ବେହେରା ଜାଲିଆତି କବଲାରୁ ପୁଣି ଜାଲ କବଲା କରି ଦେଇଥିଲେ। ଉକ୍ତ ଜାଲ କବଲା ବିଷୟରେ ଆଦିକନ୍ଦ ବେହେରା ଜାଣିବା ପରେ ଚଳିତ ବର୍ଷ ତା୨୮.୦୮.୨୦୧୯ ମସିହାରେ ଆଦିକନ୍ଦ ବେହେରା ସେହି ଔପଦା ତହସିଲ ଜଗନ୍ନାଥପୁର ଗ୍ରାମର ଉପେନ୍ଦ୍ର ସ୍ବାଇଁ ଏବଂ ମାଟିଗଢା ଗ୍ରାମର ଗୋବିନ୍ଦ ପୃଷ୍ଟି ଦୁଇ ଜଣଙ୍କୁ ପୃଥକ ପୃଥକ ଭାବେ ଜାଲ କବଲା କରିଛନ୍ତି ବୋଲି ଅଭଯୋଗକାରିଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ପ୍ରକାଶ କରିଛନ୍ତି । ଆଉ ମଧ୍ୟ ଶ୍ରୀମତୀ ରାଉତ ନିଳଗିରି ଅଦାଲତରେ ଆଶ୍ରୟ ନେଇଛନ୍ତି । ଏ ବିଷୟରେ ଅଦାଲତ ସେହି ଜମି ଉପରେ ସ୍ଥିତାବସ୍ଥା( ଟାସଟମେଣ୍ଟ) ଜାରି କରିଥିବାର ବାସନ୍ତୀ ରାଉତ ଗଣମାଧ୍ୟମ କ୍ଯାମେରା ଆଗରେ ବାଇଟି ଦେଇଛନ୍ତି , ଆଉ ମଧ୍ୟ ଜାଲକରି କବଲା କରିଥିବା ପ୍ରତି ପକ୍ଷ ଉପରେ ଅଦାଲତରୁ ସମସ୍ତଙ୍କୁ ନୋଟିସ ରେଜିଷ୍ଟ୍ରି ଡାକଯୋଗେ ଓ ଅଦାଲତରୁ ସ୍ବତନ୍ତ୍ର କର୍ମଚାରି ଆସି ନୋଟିସ ଜାରି କରିଛନ୍ତି । ଶ୍ରୀମତୀ ଆଇନର ଆଶ୍ରୟ ନେଇଥିବାବେଳେ ଆଇନ କି ନ୍ଯାୟ ଦେଉଛି ଦେଖିବାକୁ ବାକି ରହିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *