Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାପାଳଙ୍କ ମାଓ ଇଲାକାରେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ…

1 min read

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ ଚିତ୍ରକୋଣ୍ଡା ବ୍ଲକଠାରେ ଅଭିଯୋଗ ଶୁଣାଣି ଥିଲା |ସେହି ସମୟ ମଧ୍ୟରୁ କିଛି ସମୟ ବ୍ଲକ ର କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ |ସେ ପ୍ରଥମେ ଆର ଏସ ସି -୬ ର ବିଦ୍ୟାଳୟକୁ ଯାଇ ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ, କିଛି ପିଲା ଠିକ ଉତ୍ତର ଦେଇଥିଲେ |ପିଲାଙ୍କୁ ଭଲ ପାଠପଢି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ |ତାପରେ ସେ ଆର ଏସ ସି -୭ ରେ ଥିବା ବିଦ୍ୟାଳୟକୁ ସେ ଯାଇଥିଲେ ସେଠାରେ ଅବ୍ୟବସ୍ଥା ଦେଖି ବିଗିଡି ଥିଲେ |ପିଲାଙ୍କ ପାଖକୁ ଯାଇ ତାଙ୍କର ଅସୁବିଧାଗୁଡିକ ପଚାରିବୁଝିଥିଲେ |ବିଦ୍ୟାଳୟର ଅସୁବିଧା ଗୁଡିକ ଲିଖିତ ଆକାରରେ ଜଣାଇବାକୁ ଶିକ୍ଷକମାନଙ୍କୁ କହିଥିଲେ |ପିଲାମାନେ ତାଙ୍କର ଜିଲ୍ଲାପାଳଙ୍କୁ ପାଖରେ ପାଇ ବହୁତ ଖୁସି ବ୍ୟକ୍ତ କରିଥିଲେ |ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ପଣ୍ଡା, ଜିଲ୍ଲା ଶିକ୍ଷାଧିକାରୀ ଓ ଅନ୍ୟ ଅଧିକାରୀ ଥିଲେ | ଜିଲ୍ଲାପାଳଙ୍କ ଏପରି ମାଓ ଇଲାକାରେ ଥିବା ବିଦ୍ୟାଳୟ ପରିଦର୍ଶନ କରିବାକୁ ବୁଦ୍ଧିଜୀବୀମନେ ପ୍ରଶଂସା କରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *