Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବରଙ୍ଗପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ,ସଚେତନ କରୁଛି ସ୍ବାସ୍ଥ୍ୟ ବିଭାଗ

1 min read

ନବରଙ୍ଗପୁର (ସଖପ୍ର): ନବରଙ୍ଗପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଝାଡ଼ାବାନ୍ତି ସଂକ୍ରମଣ । ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ଅନ୍ତର୍ଗତ ସୋରିଷପଦର ଠାରେ ଝାଡାବାନ୍ତି ବ୍ୟାପି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ମୃତକ ଜଣକ ହେଲେ ତୁଳାବତୀ ଭତରା । ଖାଲିସେତିକି ନୁହେଁ ଏହି ଝାଡ଼ାବାନ୍ତିରେ ତୁଳାବତୀଙ୍କ ସ୍ୱାମୀ ଟଙ୍କଧର ଭତରା ମଧ୍ୟ ଗତ ରବିବାର ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ମୋଟ ୧୫ଜଣ ଲୋକେ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଗାଁର ୨ ଜଣ ଧନ୍ୟା ଭତରା ଓ ପୁଷ୍ପଲତା ଭତରା ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏ ସମସ୍ତ ଖବରପାଇ ଗ୍ରାମରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନତା କରାଉଛନ୍ତି । ସୂଚନା ମୁତାବକ ତୁଳାବତୀଙ୍କୁ ପାହାନ୍ତିଆ ସମୟରେ ଦୁଇଥର ଝାଡା ହେବାରୁ ସେ ଦୁର୍ବଳ ଅନୁଭବ କରୁଥିଲେ । ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ପାରିନଥିଲା । ଫଳରେ ଚିକିତ୍ସା ନପାଇ ତୁଳାବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରୀଦଳ ଗାଁକୁ ଯାଇ ଗାଁର ପାଣିର ନମୁନା ପରୀକ୍ଷା ଲାଗି ପଠାଇଛନ୍ତି । ଏହାସହ ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରିଛନ୍ତି । ତେବେ ଝାଡାବାନ୍ତି ବ୍ୟାପିବାର କାରଣ ଏଯାଏ ଜଣା ପଡ଼ିନାହିଁ । ସେପଟେ ଜିଲ୍ଲାର ବି.ମାଳିଗୁଡା ଓ ସୋରିଷପଦର ଗାଁରେ ଅଙ୍ଗନବାଡି, ଆଶା ଓ ଡାକ୍ତରୀ ଟିମ ପହଞ୍ଚିଛି । ସେଠାରେ ଗ୍ରାମବାସୀଙ୍କୁ ସଚେତନ କରିବାସହ ଚିକିତ୍ସା ମଧ୍ୟ କରୁଛନ୍ତି । ଗତ ଦୁଇ ଦିନ ମଧ୍ୟରେ ରୋଗୀ ସଂଖ୍ୟା ବଢ଼ି ନାହିଁ । କିନ୍ତୁ ଛଅ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବିଭାଗ ତରଫରୁ ଔଷଧ ବଣ୍ଟନ କରାଯାଉଛି । ବର୍ତ୍ତମାନ ସ୍ଥିତିରେ ଡାଇରିଆ ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମଳୟ ମିଶ୍ର ପ୍ରକାଶ କରିଛନ୍ତି । ଗତ ଶୁକ୍ରବାର ଦିନ ଠାରୁ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ମାଳିଗୁଡା ସଦର ପଞ୍ଚାୟତର ଧୋବାସାହିରେ ଝାଡାବାନ୍ତି ବ୍ୟାପିଛି । ଏହି କ୍ରମରେ ମାଳିଗୁଡ଼ାରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅସ୍ବାସ୍ଥ୍ୟକର ପରିବେଶ ଓ ନଦୀନାଳ ପାଣିର ବ୍ୟବହାର ଯୋଗୁଁ ଡାଇରିଆ ହୋଇଥିବା ସନ୍ଦେହ କରାଯାଉଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମାଳିଗୁଡାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗାଁରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛ । ସେଠାରେ ୨୪ ଘଣ୍ଟିଆ ଡାକ୍ତରୀ ଟିମ୍ ଉପସ୍ଥିତ ଅଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *