Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓସିଏ ନିର୍ବାଚନ,ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ବେହେରା

1 min read

କଟକ (ସଖପ୍ର)ଓସିଏ ନିର୍ବାଚନ । ବିସିସିଆଇ ନିର୍ବାଚନ ସରିବା ପରେ ଓଡିଶା କ୍ରିକେଟ ଆସୋସିଏସନର ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା । ଏନେଇ ଆଜି ( ଶୁକ୍ରବାର ) ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ୬ ଟି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି । ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ, ଆପେକ୍ସ କାଉନସିଲ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଦିନ ୧୦.୩୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ରହିଥିଲା । ସେପଟେ ରାଜନୀତିରେ ଲମ୍ବା ଇନିଂସ ଖେଳିଥିବା ତଥା ଯାଜପୁର ବିଧାୟର ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସଞ୍ଜୟ ବେହେରା ସମ୍ପାଦକ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ବିରୋଧୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ଓସିଏ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଓସିଏର ୬ଟି ପଦବୀ ପାଇଁ ସଞ୍ଜୟ ବେହେରାଙ୍କ ପ୍ୟାନେଲ ନାମାଙ୍କନ ଦାଖଲ କରିଛନ୍ତି । ଏହି ପ୍ୟାନେଲରେ ପୂର୍ବ ଘୋଷିତ ସମସ୍ତ ପ୍ରାର୍ଥୀଙ୍କ ସମେତ ଓସିଏର ସଦସ୍ୟ ଆଶୀର୍ବାଦ ବେହେରା ମନୋନୀତ କରିଥିବା ୩ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଭରିଛନ୍ତି । ସମ୍ପାଦକ ସଞ୍ଜୟ ବେହେରା ଓ ପୂର୍ବରୁ କୋଷାଧ୍ୟକ୍ଷ ଥିବା ବିକାଶ ପ୍ରଧାନ ତାଙ୍କ ପଦବୀ ଅବ୍ୟାହାତ ରଖିଥିବା ବେଳେ ସଭାପତି ଭାବରେ ସାମ୍ନାକୁ ଆସିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେହିପରି ଉପସଭାପତି ପଦରେ ପଙ୍କଜ ଲୋଚନ ମହାନ୍ତି , ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ ,ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ପ୍ରଧାନ ନାମାଙ୍କନ ଭରିଛନ୍ତି । ସମସ୍ତେ ଆଜି ମା କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବା ସହିତ ଓଡିଶା କ୍ରିକେଟର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ । ସେପଟେ ଯଦି ସନ୍ଧ୍ୟା ୫ ଟା ସୁଦ୍ଧା ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ ନ କରନ୍ତି ତାହେଲେ ଏହି ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ । ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଥିବା ବିଭିନ୍ନ କ୍ରୀଡା ସଂଘର ସଦସ୍ୟଙ୍କୁ ଓସିଏର ବରିଷ୍ଠ ସଦସ୍ୟ ଆଶୀର୍ବାଦ ବେହେରା ଧନ୍ୟବାଦ ଜଣାଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *