Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଡ. ଏମ.ଏସ୍ ସ୍ଵାମୀନାଥନଙ୍କ ଶ୍ରଦ୍ଧାଞ୍ଜଳି ସଭା

1 min read

ଜୟପୁର (ସଖପ୍ର): ସ୍ଥାନୀୟ ରାଜନଗର ସ୍ଥିତ ଜ୍ୟୋତି କଲ୍ୟାଣ ମଣ୍ଡପ ପରିସରରେ ବସୁମତୀ ସାହିତ୍ୟ ସଂସଦ, ଜୟପୁର ତରଫରୁ ସ୍ବର୍ଗତ ଏମ . ଏସ୍ . ସ୍ଵାମୀ ନାଥନ୍ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ ତଥା ସଂଗଠକ ଶ୍ରୀଯୁକ୍ତ ଚନ୍ଦ୍ରମଣି ବାରିକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୋରାପୁଟ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୋରାପୁଟ ଶ୍ରୀଯୁକ୍ତ ବଳଭଦ୍ର ଦୀପ, ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ସ୍ଵାମୀନାଥନ୍ ଗବେଷଣା କେନ୍ଦ୍ର ଜୟପୁରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପରିଡ଼ା, ସାହିତ୍ୟିକ ଯଜ୍ଞେଶ୍ଵର ପଣ୍ଡା,ସମାଜସେବୀ ମନୋଜ କୁମାର ଆଚାର୍ଯ୍ୟ, ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଲୋଚନ ଚନ୍ଦ୍ର ମାଝୀ ଯୋଗଦାନ କରି ସ୍ୱର୍ଗତ ଏମ. ଏସ.ସ୍ଵାମୀନାଥନଙ୍କ ଜୀବନୀ,ସମାଜ ପ୍ରତି ତାଙ୍କର ଅବଦାନ , ସବୁଜ ବିପ୍ଲବ,କୃଷି ଓ କୃଷକଙ୍କ ବିକାଶ ପାଇଁ ତାଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ପାଞ୍ଜିଆଗୁଡାର ଜଣେ ସଫଳ ଚାଷୀ ଶ୍ରୀଯୁକ୍ତ ମନୋଜ କୁମାର ପାତ୍ରଙ୍କୁ ବସୁମତୀ ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ଯଜ୍ଞେଶ୍ଵର ପଣ୍ଡା ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କବି ଘାସିରାମ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କବି ମୁଦିରଥ ହୋତା ବେଦ ପାଠ କରିଥିବାବେଳେ କବି ଅଜୟ କୁମାର ମଲ୍ଲିକ ମାନପତ୍ର ପାଠ କରିଥିଲେ। ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଆଇନଜୀବୀ ମଦନ ମୋହନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଗବେଷକ ଡ. ରାଜେନ୍ଦ୍ର ପାଢ଼ୀ ମଞ୍ଚାସୀନ ଥିଲେ। କବିତା ଗୁଡ଼ିକୁ ସଂଯୋଜନା କରିଥିଲେ କବି ଡ.ଅଶୋକ କୁମାର ମହାନ୍ତି ଓ କବୟିତ୍ରୀ ଶୋଭାଗିନି ନନ୍ଦ।ଏହି କାର୍ଯ୍ୟକ୍ରମରେ ଜାନକୀ ପାଣିଗ୍ରାହୀ, ଅଜୟ କୁମାର ମଲ୍ଲିକ ,ଘାସିରାମ ମହାପାତ୍ର,ମୁଦିରଥ ହୋତା,ପ୍ରତୀତ କାଞ୍ଚନ ସାହୁ,ତପସ୍ଵିନୀ କୁମାରୀ ସାହୁ, ସନ୍ତୋଷ କୁମାର ସାହୁ,କବିତା ସାହୁ, ପ୍ରପର୍ଣୀ ପାଣିଗ୍ରାହୀ,ସରୋଜିନୀ ତ୍ରିପାଠୀ,ବଂଶୀଧର ମହାରଣା, ସଂଯୁକ୍ତା ରାଉତ,ନାରାୟଣ ସଗର ପ୍ରମୁଖ କବିତା ପାଠ କରିଥିଲେ।ଶ୍ରୀମତୀ କନକ ବାରିକ,ପରମେଶ୍ବର ପାତ୍ର, ଶାନ୍ତନୁ କୁମାର ସାମଲ, ଡାକ୍ତର ସୁଦର୍ଶନ ଗୌଡ, ପ୍ରକାଶ ମହାନନ୍ଦିଆ, ସୀତା ପ୍ରସାଦ ସେନାପତି,ସଞ୍ଜୟ କୁମାର ଭୂୟାଁ,ଭଗବାନ ସିଂହ,ଦେବେନ୍ଦ୍ର କୁମାର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *