Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଡ଼ି ଏସ ଡବ୍ଲୁ ଓ ଏବଂ ସି ଡ଼ି ପି ଓ ନିଲମ୍ବିତ:5ଟି ଛାଟ

1 min read

ମାଲକାନଗିରି : ଆମ ରାଜ୍ୟ ସରକାର 5ଟି ଏବଂ ମୋ ସରକାର ମାଧ୍ୟମରେ ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ସୁଶାସନ ଦେବାକୁ ଚେଷ୍ଟା ଜାରି ରଖିଛନ୍ତି |ଏହି କ୍ରମରେ ମାଲକାନଗିରି ଜିଲ୍ଲାର ୨ ସରକାରୀ ଅଧିକାରୀଙ୍କ ଉପରେ ପଡିଛି | ସେ ୨ ଅଧିକାରୀ ହେଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ଵର୍ଣଲତା ବିଶ୍ୱାସ ଓ ମାଲକାନଗିରି ସମନ୍ବିତ ଶିଶୁ ବିକାଶ ଅଧିକାରୀ ବିପୁଳା ସରକାର |ଶ୍ରୀମତୀ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ବହୁତ ଆଗରୁ ଅଭିଯୋଗ ଆସିଥିଲା |ସେ କରୁକୋଣ୍ଡା ଓ ପଡିଆ ବ୍ଲକ ରେ ଆଇ ସି ଡ଼ି ଏସ ସୁପରଭାଇଜର ଥିବା ସମୟରେ ଟଙ୍କା ହେରଫେର କରି ନିଲମ୍ବିତ ହୋଇଥିଲେ |ତାଙ୍କ ବିରୋଧ ରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରିବା ସ୍ଥାନରେ ତାଙ୍କୁ ପଦୋନ୍ନତୀ ଦେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସ୍ବର୍ଣ୍ଣଲତା ବିଶ୍ୱାସ ସନ୍ଦେହଘେରକୁ ଆସିଥିଲେ |ଏହା ପରେ ପ୍ରଶାସନ ପୁଣି ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ |ତଦନ୍ତ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା |ଜିଲ୍ଲାରେ ବହୁତ ସ୍ଥାନରେ ଦୁର୍ନୀତି ଚାଲିଛି 5T ର ଛାଟ ସବୁ ଦୁର୍ନୀତିଖୋର ଉପରେ ପଡିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ବ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *