Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୋବିନ୍ଦପାଲ୍ଲୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ…

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାର ସବୁଠାରୁ ପୁରାତନ ଓ ବଡ଼ ଅନୁଷ୍ଠାନ ହେଉଛି ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ |

ଏଠାରେ ବହୁତ ଧୁମଧାମରେ ବାର୍ଷିକ ଉତ୍ସବ ପାଳିତ ହୋଇଛି |ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା, ମୁଖ୍ୟବକ୍ତା ରୂପେ ମାଲକାନଗିରି ପିଏ ଆଇ ଟି ଡ଼ି ଏ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଶ୍ରୀମତୀ ପଦ୍ମିନୀ ମୁଦୁଲି, ଶ୍ରୀ ପର୍ଶୁରାମ ଭୂମିୟା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମୋହିନୀ ସଗରିଆ ଉପସ୍ଥିତ ଥିଲେ |ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚୈତନ୍ୟ ନାଲି ସଭାପତିତ୍ବ କରିଥିଲେ |ସଭାର ସାଜସଜ୍ଜା ସବୁଙ୍କୁ ମନମୋହିଥିଲା |ମୁଖ୍ୟ ଅତିଥି ତାଙ୍କର ପିଲା ଦିନ କଥା କହିଥିଲେ ଓ ଶିକ୍ଷକ -ଶିକ୍ଷୟତ୍ରୀଙ୍କୁ ସର୍ବଦା ସମ୍ମାନ ଦେବ ଓ ଭଲ ପାଠ ପଢିବାକୁ ଉପଦେଶ ଦେଇଥିଲେ |ମୁଖ୍ୟ ବକ୍ତା ଶ୍ରୀ ବେହେରା ମଧ୍ୟ ପିଲାମାନଙ୍କୁ ଭଲ ପାଠ ପଢିବାକୁ କହିଥିଲେ |ପୁରାତନ ଛାତ୍ର ଶ୍ରୀ ଭୁମିଆଁ ଓ ଶ୍ରୀମତୀ ମୁଦୁଲି ତାଙ୍କର ଏହି ବିଦ୍ୟାଳୟର ଅନୁଭୂତି ପିଲାଙ୍କ ଆଗରେ ରଖିଥିଲେ |ସଭାରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା |ପରେ ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *