Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚିତ୍ରକୋଣ୍ଡା ବିଧାୟକ ଦେଖାଇଲେ ମାନବିକତା…

1 min read

ମାଲକାନଗିରି: (ସଖପ୍ର) “ମାନବ ସେବା ହିଁ ମାଧବ ସେବା ” ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା |ସେ ନିଜ ଘରୁ ବାଲିମେଳା ଅଭିମୁଖେ ନିଜର କାର୍ଯ୍ୟରେ ବାହାରିଥିଲେ |ଏହି ସମୟରେ ନାୟକଗୁଡ଼ା ନିକଟସ୍ଥ ମୁତେବାଡା ବ୍ରିଜ ପାଖରେ ୩ ଜଣ ପଡି ଗୁରୁତର ହୋଇଥିବାର ଦେଖିଲେ |

ସେଠାରୁ ତାଙ୍କୁ ନିଜ ଗାଡ଼ିରେ ଆଣି ମାଥିଲି ମେଡିକାଲକୁ ଚିକିତ୍ସା ପାଇଁ ଆଣିଲେ |ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଭାଙ୍ଗିଯାଇଥିବାର ସୂଚନା ମିଳୁଛି |ତାଙ୍କର ଠିକ ଭାବେ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ ନିବେଦନ କରିଥିଲେ |ଏହି ଘଟଣା ପୂର୍ବରୁ ମଧ୍ୟ ଇଲେକ୍ସନ ସମୟରେ ସେ ଜଣେ ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଚିକିତ୍ସାଳୟ ନେଇ ଛାଡିଥିଲେ |ବିଧାୟକଙ୍କ ଏପରି କାର୍ଯ୍ୟକୁ ସେହି ଅଂଚଳ ଲୋକେ ପ୍ରଶଂସା କରିଛନ୍ତି |ରାଜନେତା ଙ୍କ ଏପରି ମାନବିକତା ଦେଖାଇବାକୁ ଜିଲ୍ଲାର ବୁଦ୍ଧିଜୀବୀମାନେ କହିଛନ୍ତି ଯେ ଏବେ ବି ମାନବିକତା ବଂଚିଛି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *