Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଲିମେଳା ବ୍ଲକ ଭେଜାଙ୍ଗୱାଡା ପଂଚାୟତରେ ଅଙ୍ଗନବାଡି କେନ୍ଦ୍ରରେ ପଲିଥିନ ତଳେ ପ୍ରାକଶିକ୍ଷା

1 min read

ମାଲକାନଗିରି : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଭେଜାଙ୍ଗୱାଡା ପଂଚାୟତ ର ଭେଜାଙ୍ଗୱାଡା -ବି ଅଙ୍ଗନବାଡି କେନ୍ଦ୍ରରେ ୩୩ ଜଣ ଶିଶୁ ପ୍ରାକ ଶିକ୍ଷା ଗ୍ରହଣ କରୁଛନ୍ତି |ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ର ନିଜସ୍ୱ ଗୃହ ନ ଥିବାରୁ ଅଙ୍ଗନବାଡି କର୍ମୀ ସାଧନା ହାଲଦାରଙ୍କ ଘର ବାହାରେ ଏକ ପଲିଥିନ ତଳେ ମାଟି ଚଟାଣରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି |ଗ୍ରାମବାସୀ କହିଛନ୍ତି ଏପରି ୭ ବର୍ଷ ହେଲା ଏପରି ଚାଲିଛି, ପିଲାଙ୍କ ଖାଦ୍ୟ ଅଙ୍ଗନବାଡି ସହାୟିକା ବାସନ୍ତୀ ଶୋଢ଼ୀ ଙ୍କ ଘର ବାରଣ୍ଡାରେ ରୋଷେଇ କରାଯାଉଛି |

ସିଡିପିଓ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲାପରେ ମଧ୍ୟ ସେମାନେ କୌଣସି ସୁଫଳ ମିଳୁନ ଥିବା ଅଭିଯୋଗ କରିଛନ୍ତି |କାମ କରୁଥିବା ଯନ୍ତ୍ରୀ ଠିକ ଭାବେ କାର୍ଯ୍ୟ ନ କରି ଅଧାପନ୍ତରିଆ କରିକି ଛାଡିଦେଇଛନ୍ତି |ଏ ନେଇ ବି ଡି ଓ ଶ୍ରୀ ଉମା ଶଙ୍କର ଦଳେଇ ଙ୍କୁ ପଚାରିବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୃକ୍ତ ଯନ୍ତ୍ରୀଙ୍କୁ କରିବା ପାଇଁ ଆଦେଶ ଦିଆ ଯାଇଛି ବୋଲି କହିଥିଲେ |ଆଜି ଖବର ନେବାରୁ ଜଣାପଡିଛି ଯେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ସିଡିପିଓ, ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇ ଛନ୍ତି ଓ ତାର ରିପୋର୍ଟଜିଲ୍ଲାପାଳଙ୍କୁ ଯଥାଶୀଘ୍ର ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି |ଦେଖିବାକୁ ବାକିରହିଲା କେବେ ପିଲାମାନେ ନିଜର ପ୍ରାକଶିକ୍ଷା ପାଇଁ ଉପଯୁକ୍ତ ପରିବେଶ ପାଇବେ |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *