Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଏନ ଭାସ୍କର ରାଓ ହେଲେ ରାଜ୍ୟ ବିଜେଡି ଉପସଭାପତି

1 min read

ରାୟଗଡା : ରାୟଗଡା ଜ଼ିଲ୍ଲା ର ଟାଣୁଆ ପୁରୁଖା ନେତା ତଥା ପୂର୍ବତନ ରାଜ୍ୟ ସଭା ସାସଂଦ ଶ୍ରୀ ଏନ ଭାସ୍କର ରାଓ ଙ୍କୁ ରାଜ୍ୟ ବିଜେଡି ଉପସଭାପତି ଭାବେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଶ୍ରୀ ରାଓ ଙ୍କ ଉପରେ ଉପରେ ଭରସା କରି ଦଳ ତାଙ୍କୁ ଗୁରୁତ୍ୱ ପୂର୍ଣ୍ଣ ପଦବୀ ଦେଇଛି । ନିଜ ଦକ୍ଷତା ବଳରେ ରାୟଗଡା ଜ଼ିଲ୍ଲା ବିଜେଡି କୁ ମଜୁବୁତ କରି ପାରିବେ ବୋଲି ଏହି ଜ଼ିଲ୍ଲା ର ସମସ୍ତ ବିଜେଡି କର୍ମୀ ନେତା ସମସ୍ତେ ମିଳିତ ଭାବେ ଚର୍ଚ୍ଚା ଆରମ୍ବ କରିଦେଲେଣି । ସମସ୍ତ ଜନସାଧାରଣ ତଥା ଦଳୀୟ କର୍ମୀ ଙ୍କୁ କିପରି ନେଇ ଚାଲିବେତାହା ଶ୍ରୀ ରାଓ ଭଲଭାବେ ଜାଣନ୍ତି । ଆଗାମୀ 2024 ନିର୍ବାଚନ ପୂର୍ବରୁ ଦଳ ଯେଉଁ ଦାୟିତ୍ୱ ଶ୍ରୀ ରାଓ ଙ୍କୁ ଦେଇଛନ୍ତି ନିର୍ବାଚନ ରେ ରାୟଗଡା ଜ଼ିଲ୍ଲା ର 3 ଗୋଟି ବିଧାନସଭା ଓ କୋରାପୁଟ ଲୋକ ସଭା ସାଂସଦ ଆସନ ନିଶ୍ଚିତ ବିଜୟ ହର୍ବ ବୋଲି କର୍ମୀ ମାନେ କହୁଛନ୍ତି । ଦଳ ଭିତରୁ ଓ ଦଳ ବାହାରୁ ଶ୍ରୀ ରାଙ୍କୁ ଅଭିନନ୍ଦନ ର ସୁଅ ଚୁଟିବାରେ ଲାଗିଛି । କାଶୀପୁର ର ଟାଣୁଆ ବିଜେଡି ନେତା ଜଗଦୀଶ ପାତ୍ର, ରାୟଗଡା ପୌରପାଳିକା 15 କାଉନଂସିଳେର ସନ୍ତୋଷ ଦଳେଇ ଙ୍କ ସମତେ ବହୁ ଦଳୀୟ ନେତା ଅଭିନନ୍ଦନ ଜଣାଇଛନ୍ତି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *