Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମା ଭୈରବୀଙ୍କ ପଥର ମୁର୍ତ୍ତି ଭାଙ୍ଗିଲା ଦୁର୍ବୁତ୍ତ

1 min read

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାଗୁମ୍ମା ଗ୍ରାମ ନିକଟରେ ଥିବା ଭୈରବୀଙ୍କ ମନ୍ଦିର ନିକଟରେ ଘଟିଛି ଏକ ଅଘଟଣ । ଗାଦିପୁଟ ଗ୍ରାମର ଗୁରୁ କୋପେ ନାମକ ଜଣେ ଦୁର୍ବୁର୍ତ୍ତ ଆଜି ଅପରାହ୍ନ ଚାରିଟା ସମୟରେ ଉକ୍ତ ମନ୍ଦିର ପ୍ରାଙ୍ଗଣରୁ, ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପ୍ରତିମାକୁ ଚୋରିକରି ନେଇ ଯାଉଥିବା ସମୟରେ କେତେ ଜଣ ଦେଖି ପାଟି କରିଥିଲେ । ଦୁର୍ବୃତ୍ତଜଣକ ମନ୍ଦିର ପରିସରରେ ମା’ଙ୍କ ମୂର୍ତ୍ତିଟିକୁ ଫିଙ୍ଗିଦେଇ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା କିନ୍ତୁ କିଛି ଯୁବକ ଘେରିଯାଇ ଗୁରୁ କୋପେକୁ କାବୁ କରିବା ସହ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । କିନ୍ତୁ ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଦୁର୍ବୁର୍ତ୍ତ ମୁର୍ତ୍ତିଲଟିକୁ ଫିଙ୍ଗିବା ସମୟରେ ପଥର ମୁର୍ତ୍ତିଟି ଦୁଇ ଗଡ ହୋଇ ଯାଇଛି, ଯାହା ଫଳରେ ଏ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କ ମାନସପଟ୍ଟରେ ଗଭୀର ଆଘାତ ହୋଇଛି ଓ ଗ୍ରାମବାସୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଉକ୍ତ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ଯାହା ଫଳରେ ଏଭଳି ଘଟଣାର ପୁନରାବୃତ୍ତି ଯେମିତି କେହି କରିବେନି । ପ୍ରକାଶ ଥାଉକି ଉକ୍ତ ଯୁବକ ଜଣକ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଭିଆଇ ଜେଲଦଣ୍ଡ ଭୋଗିଥିଲେ ଓ ବର୍ତ୍ତମାନ ଜେଲରୁ ମୁକୁଳିବା ପରେ ପୁଣି ଏହି କାଣ୍ଡଘଟାଇଛି |ଏହାର ଖବର ପାଇ ଓର୍କେଲ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଓ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ତଦନ୍ତ କରି ଦୋଷୀକୁ ଧରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *