Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାପାଳଙ୍କ ଚନ୍ଦ୍ରପୁର ବ୍ଲକ ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ

1 min read


ରାୟଗଡା (ସଖପ୍ର): ଗତ ଜାନୁୟାରୀ ମାସରେ “ସବୁବର୍ଗ ଖବର”ରେ ସାନପଙ୍କାଳ ଗ୍ରାମର ଖବର ପ୍ରସାରିତ ପରେ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଚନ୍ଦ୍ରପୁର ବ୍ଲକକୁ ଆଜି ପ୍ରଥମେ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି । ବିଜେପୁର ଗ୍ରାମ ପଂଚାୟତର ଖିଲୁଣ୍ଡି, ବଡ ପଂକାଳ, ସାନପଂକାଳ ଗସ୍ତ କରି ଗ୍ରାମବାସୀଙ୍କ ସହ ଶିଶୁ ମାନଙ୍କ ପାଠପଢା, ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯକ୍ରମ, ସ୍ୱାସ୍ଥ୍ୟଗତ ସମସ୍ୟା, ଶିଶୁ ବିକାଶ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ଓ ଗ୍ରାମର ବିଭନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହା ପରେ ବ୍ଲକରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଂଚାୟତ ଅଧିନସ୍ତ ଯୋଜନାର କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ଏଥିସହିତ ଗ୍ରାମୀଣ ଆୱାସ ଗୃହରେ ସଠିକ କାର୍ଯ୍ୟକାରିତା ଉପରେ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବାସହ କାର୍ଯ୍ୟ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ । ବିଜେପୁର ଗ୍ରାମବାସୀ ଜିଲାପାଳଙ୍କୁ ପାନୀୟଜଳ ସମସ୍ୟାକୁ ତୁରନ୍ତ ଦୁରକରିବାକୁ ଅନୁରୋଧ କରିଥିଲେ । ସେହିପରି ବିଦ୍ୟୁତ ସମସ୍ୟାର ସବୁଦିନ ପାଇଁ ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଦୁର୍ଗମ ଅଂଚଳ ଗସ୍ତ କରି ଚାଲିଚାଲି ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।
ଚନ୍ଦ୍ରପୁରବାସୀ ଜିଲ୍ଲାପାଳଙ୍କୁ ଅତି ନିକଟରେ ପାଇ ବହୁତ ଖୁସି ବ୍ୟକ୍ତ କରିବାସହ ଜିଲ୍ଲାପାଳଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନା କରିଥିଲେ । ସେଥି ମଧ୍ୟରୁ ଚନ୍ଦ୍ରପୁର ଠାରେ ମୋବାଇଲ ଟାୱାର ସ୍ଥାପନ କରିବା, ଯାହାଫଳରେ ଦୁର୍ଗମ ଅଂଚଳ ବାସୀ ବିଶେଷ ଉପକୃତ ହେବେ । ସେହିପରି ଚନ୍ଦ୍ରପୁରରେ ଏକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ATM ସ୍ଥାପିତ ହେଲେ ଜନସାଧାରଣ ବିଶେଷ ଭାବରେ ଉପକୃତ ହେବେ। ଏହାସହିତ ବ୍ଲକର ଗମନାଗମନ ସୁବିଧା ଗ୍ରାମୀୟ ରାସ୍ତାଘାଟକୁ ବିଶେଷ ଦୃଷ୍ଟି ଦେବାକୁ ଜିଲାପାଳଙ୍କୁ ଦାବି ଜଣାଇଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ମାଛ ଚାଷକୁ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ । ଏହି ଆଲୋଚନା ବେଳେ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ତାଲିମ ନେଇ ଯିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ସହିତ ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମୀୟ ଉନୟନ ସଂସ୍ଥା ଶ୍ରୀ ଭୀମସେନ ଶବର, ବିଡିଓ ଡୁଙ୍ଗୁଡୁଙ୍ଗ ସହିତ ଅନ୍ୟାନ୍ୟ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରାୟଗଡାରୁ ଅମୂଲ୍ୟ ନିଶଙ୍କ.ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *