Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଇରା ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

1 min read

ବାଲେଶ୍ବର,୦୩/୫- ବାଲେଶ୍ବର ଜିଲ୍ଲା ଖଇରା ତହସିଲ କାର୍ଯ୍ଯାଳୟର କାର୍ଯ୍ଯରତ ତହସିଲଦାର ପ୍ରଦୀପ କୁମାର ସାହୁଙ୍କର ନିକଟରେ ପଦନ୍ନୋତି ହେବା ପରେ ସ୍ଥାନଟି ଖାଲି ପଡିଥିଲା । ଏହି ଶୂନ୍ୟ ସ୍ଥାନଟିକୁ ପୂରଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା କୁସୁମି ତହସିଲରେ କାର୍ଯ୍ୟରତ ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ସରକାରୀ ନିର୍ଦ୍ଦେଶ ଥିଲା । ଯାହାଫଳରେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ବେହେରା କାର୍ଯ୍ୟାଳୟରେ ପହଞ୍ଚି ଯୋଗଦାନ କରିଛନ୍ତି । ଉକ୍ତ କାର୍ଯ୍ଯାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ସନ୍ଦିପ୍ ଶୁଭଦର୍ଶନ ଧଳ ଏବଂ ଗଦାଧର ସେଠୀ ତହସିଲଦାର ଚେମ୍ବର ମଧ୍ୟରେ ପହଞ୍ଚି ନୂତନ ତହସିଲଦାର ଶ୍ରୀ ବେହେରାଙ୍କୁ ଫଲତୋଡା ଦେଇ ସ୍ବାଗତ ଜଣାଇଛନ୍ତି ।

ଏଥିରେ କାର୍ଯ୍ଯାଳୟର ସମସ୍ତ କାର୍ଯ୍ୟରତ କର୍ମଚାରୀମାନେ ସହଯୋଗ କରିଥିଲେ । ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଅଫିସ୍ କାର୍ଯ୍ୟକୁ ଆଗେଇ ନେବାକୁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ନୂତନ ତହସିଲଦାରଙ୍କ ଯୋଗଦାନ ଫଳରେ ସମସ୍ତ କର୍ମଚାରୀଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *