Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋରାପୁଟ ଜିଲ୍ଲା ସାମ୍ୱାଦିକ ସଂଘର କର୍ମକର୍ତ୍ତା

1 min read

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗ ଧାଡ଼ିର କୋଭିଡ ଯୋଦ୍ଧା ଭାବେ ଆଜି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ରାଜ୍ୟର ୬୯୪୪ ଜଣ ସାମ୍ବାଦିକ ଉପକୃତ ହୋଇପାରିବେ ବୋଲି ଜଣାପଡିଛି। କରୋନା ମହାମାରୀ ସମୟରେ ସାମ୍ବାଦିକମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସରକାରଙ୍କ ଏହି ନିଷ୍ପତିକୁ ଓଡିଶା ସାମ୍ୱାଦିକ ୟୁନିୟନର ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ସ୍ୱାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସାମ୍ୱାଦିକ ୟୁନିୟନ ରାଜ୍ୟର କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ଆଗ ଧାଡ଼ିର କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ । କିଛିଦିନ ତଳେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ କରି ଦାବୀ ଦୋହରାଇଥିଲେ । ଓୟୁଜେର ପ୍ରଚେଷ୍ଟାରେ ଦାବୀ ହାସଲ ହୋଇଥିବାରୁ କୋରାପୁଟ ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଭବାନୀ ଶଙ୍କର ମିଶ୍ର , ସଂପାଦକ ରାଜେନ୍ଦ୍ର କୁମାର ଗୌଡ,ଉପସଭାପତି ପରମେଶ୍ବର ସାହୁ ଓ ପ୍ରତାପ ନିମାଲ ,ଯୁଗ୍ମ ସଂପାଦକ ସୌମ୍ୟରଂଜନ ସାହୁ ଓ ମନୋଜ ନାୟକ ,କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାସ , ଉପଦେଷ୍ଟା ପରୀକ୍ଷିତ ବିଶ୍ବାଳ , ଶଶଧର ରାଉତ ଓ ଶରତ ନାୟକ ,ଆଇନ ପରାମର୍ଶଦାତା ଜୟନ୍ତ କୁମାର ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓୟୂଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *