Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳରେ ସୂଚନା ଅଧିକାର ଆଇନର ଖୋଲାଖୋଲି ଉଲଂଘନ

1 min read

କୋରାପୁଟଜିଲ୍ଲା (ସଖପ୍ର): ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳ,କୋରାପୁଟ ପିଆଇଓଙ୍କୁ ସୂଚନା ଅଧିକାର ଆଇନ ଅନୁଯାଇ ତଥ୍ୟ ମଗାଯାଇଥିଲା ତା୧୨/୦୮/୨୦୨୨ରିଖ ଡାକ ଯୋଗେ ଫର୍ମ ପଠାଯାଇଥିଲା ଓ ତା୧୮/୦୮/୨୦୨୨ରିଖ କାର୍ଯ୍ୟାଳୟରେ ଡାକ ଗ୍ରହଣ କରିଥିଲେ, ଯାହାର ପ୍ରମାଣ ସ୍ୱରୁପ ରିସିଭ୍ କପି ରହିଛି । ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ପିଆଇଓଙ୍କୁ ଯୋଗାଯୋଗ କରିବାରୁ ପିଆଇଓ କହିଲେ ଆମ ପାଖରେ ଫର୍ମ ପହଂଚିନାହିଁ । ଆପଣ ଆଉଥରେ ଫଟୋକପି ପଠାନ୍ତୁ । ତାଙ୍କ କହିବାନୁଯାଇ ଫଟୋକପି ପଠାଗଲା ଓ ପରବର୍ତୀ ସମୟରେ ସେ କହିଲେ ମୁଁ ଡିଭିଜନ୍‌ର ପିଆଇଓ ମାନଙ୍କୁ ଚିଠି କରିଛି ଆପଣଙ୍କୁ ଶିଘ୍ର ମିଳିଯିବ । ଆଜକୁ ୪ମାସ ବିତିଯାଇଥିଲେ ମଧ୍ୟ ତଥ୍ୟ ଦିଆଯାଉନାହିଁ । ପିଆଇଓ ମାନେ ବିଭିନ୍ନ ଆଳ ଦେଖାଇ ସୂଚନା ଦେବାକୁ ପଛଘୁଂଚା ଦେଉଥିବା ଦେଖିବାକୁ ମିଳିଛି । ପିଆଇଓ ମାନେ ସୂଚନା ଅଧିକାର ଆଇନର ଖୋଲାଖୋଲି ଉଲଂଘନ କରୁଥିବା ସ୍ପଷ୍ଠ ଜଣାପଡୁଛି । ପ୍ରକାଶ ଥାଉକି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳ,କୋରାପୁଟ ଅଧିନସ୍ଥ ଡିଭିଜନ୍ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିବା ବିଷୟ ବିଶେଷ ସୂତ୍ରରୁ ଜଣାପଡିଛି । ସୂଚନା ଦେଲେ ଅନିୟମିତତାର ପର୍ଦ୍ଦାଫାସ ହୋଇଯିବା ଭୟରେ ସୂଚନା ଦିଆଯାଉ ନଥିବା ଅନୁମାନ କରାଯାଉଛି ।

ସବୁବର୍ଗ ଖବର

1 thought on “କୋରାପୁଟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳରେ ସୂଚନା ଅଧିକାର ଆଇନର ଖୋଲାଖୋଲି ଉଲଂଘନ

Leave a Reply

Your email address will not be published. Required fields are marked *