Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

1 min read

ନବରଙ୍ଗପୁର (ସଖପ୍ର): ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ ପାପଡାହାଣ୍ଡି ମୃଗ ବିହାର ନିକଟ ବନଦୁର୍ଗା ମନ୍ଦିର ପରିସରରେ ଜିଲ୍ଲା ଯାଦବ ମହାସଭା ର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ କଂସ ସଭାପତିତ୍ବ କରିଥିଲେ। ଏବଂ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉତ୍କଳ ଯାଦବ ମହାସଭାର ଉପ ସଭାପତି ଶ୍ରୀଯୁକ୍ତ ମଦନ ମୋହନ ନାୟକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶ୍ରୀ କୀର୍ତ୍ତନ ନାୟକ ରାଜ୍ୟ ସମ୍ପାଦକ, ଶ୍ରୀ ରାଜେନ୍ଦ୍ର ଗୈାଡ, ଜିଲ୍ଲା ସାଧାରଣ ସମ୍ପାଦକ କୋରାପୁଟ, ଶ୍ରୀ ବୁଲୁ ଗୈାଡ ବିଶିଷ୍ଟ ସମାଜସେବୀ, ଶ୍ରୀ ନରେଶ ମହାଙ୍କୁଡ ଯୁବ ସଭାପତି କୋରାପୁଟ, ଶ୍ରୀ ବାଳକୃଷ୍ଣ ଝୁଣ୍ଡି ଜିଲ୍ଲା ସମ୍ପାଦକ କନ୍ଧମାଳ ଯୋଗ ଦେଇଥିଲେ। ଏହା ସହ ଜିଲ୍ଲା ଯାଦବ ମହାସଭା ର କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବଦାସ ମହାଙ୍କୁଡ, ଉପ ସଭାପତି ଶ୍ରୀ ସୈନିକ ଗୈାଡ, ଶ୍ରୀ ଲକ୍ଷିନାଥ ଗୈାଡ, ଶ୍ରୀ ହରି ଗୈାଡ, ସାଧାରଣ ସମ୍ପାଦକ ଶ୍ରୀ ପର୍ଶୁରାମ ନାୟକ, ସଂଗଠନ ସମ୍ପାଦକ ଶ୍ରୀ ମନୋଜ ମହାଙ୍କୁଡ, ସମ୍ପାଦକ କୃଷ୍ଣ ନାୟକ,କୋଷାଧ୍ୟକ୍ଷ ଶ୍ରୀ ଦୈତାରି ମାଝୀ, ଜିଲ୍ଲା ଯୁବ ସଭାପତି ଶ୍ରୀ ନବଘନ ଗୈାଡ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସୁଜାତା ଗୈାଡ ଙ୍କ ସହ ୧୦ ଗୋଟି ବ୍ଳକ ର ସଭାପତି,ସମ୍ପାଦକ ଙ୍କ ସହ ସମସ୍ତ ଯାଦବ ସମାଜ ପ୍ରେମି ବନ୍ଧୁ ମାନେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ପାପଡାହାଣ୍ଡି ସହିଦ୍ ସ୍ତମ୍ଭ ରୁ ସହିଦ୍ ଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ମଞ୍ଚ ନିକଟରେ ଉପସ୍ଥିତ ହୋଇ ଥିଲେ। ଏହା ପରେ ସମସ୍ତ କର୍ମକର୍ତ୍ତା ଓ ଅତିଥି ମାନଙ୍କ ଦ୍ବାରା ଆମ ଆରାଧ୍ୟ ଦେବତା ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା କଲା ପରେ ଅତିଥି ମାନଙ୍କୁ ଆସନ ଅଳଙ୍କୃତ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏବଂ ଜିଲ୍ଲା ସଭାପତି ଓ ମୂଖ୍ୟ ଅତିଥି ମାନଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୁବ ଯାଦବ ମହାସଭା ର ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଥିଲା। ଆମ ନବରଙ୍ଗପୁର ଜିଲ୍ଲା ରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନିର୍ବାଚିତ ହୋଇଥିବା ଆମ ଯାଦବ ସମାଜ ଭାଇ ଭଉଣୀ ମାନଙ୍କୁ ଜିଲ୍ଲା ଯାଦବ ମହାସଭା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହା ପରେ ଜାତି ଜନଗଣନା ଫର୍ମ ର ଉନ୍ମୋଚନ କରାଯାଇ ବ୍ଳକ ସଭାପତି ମାନଙ୍କୁ ହସ୍ତାନ୍ତର କରାଯାଇଥିଲା।ଏବଂ ଯାଦବ ମହାସଭା ତରଫରୁ ୧୬ ଦଫା ସମ୍ବଳିତ ଦାବିପତ୍ର ବୈଠକ ରେ ପାସ୍ କରାଯାଇ ଥିଲା। ଏବଂ ଯାଦବ ମହାସଭା ର ଝରିଗାଁ, ଉମରକୋଟ, ନନ୍ଦା ହାଣ୍ଡି ବ୍ଳକ ର କାର୍ଯ୍ୟକାରୀଣି ସଦସ୍ୟ ଙ୍କ ନାମ ତାଲିକା ଘୋଷଣା କରାଯାଇଥିଲା। ଏବଂ ନୂତନ ଜିଲ୍ଲା ମହିଳା ମୋର୍ଚ୍ଚା,ପାପଡାହାଣ୍ଡି ବ୍ଳକ ନୂତନ କମିଟି ଗଠନ କରାଯାଇ ଥିଲା। ଏହା ପରେ କାର୍ଯ୍ୟକ୍ରମ ରେ ବହୁ ପରିଶ୍ରମ କରି ସହଯୋଗ କରିଥିବା କୋଷାଗୁମୁଡା ବ୍ଳକ ଏବଂ ପାପଡାହାଣ୍ଡି ବ୍ଳକ ର କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରି ସଭାସାଙ୍ଗ କରାଯାଇ ଥିଲା।

ସବୁବର୍ଗ ଖବର

1 thought on “ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

Leave a Reply

Your email address will not be published. Required fields are marked *