Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଇନଜୀବି ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ଝୁଲନ୍ତା ମୃତଦେହ

1 min read

ତା,୨୦-୧୦-୧୯: ଭୁବନେଶ୍ୱର:(ଏନ.ପୁରୁଷୋତ୍ତମ ରେଡ୍ଡି): ଭୁବନେଶ୍ୱର ସ୍ଥିତ ଲିଙ୍ଗିପୁର ଠାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଏକ ଭଡ଼ା ଘରୁ ଆଇନଜୀବି ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ୍। ତେବେ ଅତି ସନ୍ଦେହ ଜନକ ସ୍ଥିତିରେ ଦୀପାଳିଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡିଛି। ଦୀପାଳି ପ୍ରିୟଦର୍ଶିନୀଙ୍କ ଘର ହେଉଛି ଭଦ୍ରକ ଜିଲ୍ଲାରେ । ସେ ଦୀର୍ଘ ଦିନ ଧରି ଭୁବନେଶ୍ୱର ସ୍ଥିତ ଲିଙ୍ଗିପୁର ଠାରେ ଏକ ଭଡ଼ା ଘରେ ରହୁଥିଲେ। ସେହି ଘରେ ଦୀପାଳି ଓ ତାଙ୍କ ସାନ ଭଉଣୀ ସାଙ୍ଗହୋଇ ରହୁଥିଲେ।ଗତ କାଲି ଘଟଣା ଘଟିବାର କିଛି ସମୟ ପୁର୍ବରୁ ଦୀପାଳିଙ୍କ ସାନ ଭଉଣୀ ଲିଙ୍ଗିପୁର୍ ସ୍ଥିତ ଘରୁ ବାହାରି ବୁଲିବାକୁ ଯାଉଥିବା ସମୟରେ ଡିପିକାଙ୍କ ଏକ ପୁରୁଷ ସାଙ୍ଗ ସେହିଠାରେ ଆସି ପହଞ୍ଚିଥିଲେ। ହେଲେ କିଛି ଘଣ୍ଟା ପରେ ଦୀପାଳିଙ୍କ ପୁରୁଷ ସାଙ୍ଗ ଦୀପାଳିଙ୍କ ସାନ ଭଉଣୀଙ୍କୁ ଫୋନ୍ କରି କହିଥିଲେ ଯେ ଦୀପାଳି ଘର ଭିତରୁ କବାଟ ପକାଇ ରହିଛନ୍ତି ଏବଂ କେତେ ଡାକିଲେ ବି ସେ କବାଟ ଖୋଲୁନାହାନ୍ତି । ସେହି ପୁରୁଷ ସାଙ୍ଗ ବିକ୍ରମ କେଶରୀ ମିଶ୍ରଙ୍କ ଫୋନ୍ ଆସିବା କ୍ଷଣୀ ଡିପିକାଙ୍କ ସାନ ଭଉଣି ଓ ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ଆସି ପହଞ୍ଚିଥିଲେ ଓ ଦେଖିବାକୁ ପାଇଲେ ଦୀପାଳୀଙ୍କ ଝୁଲନ୍ତା ମୃତ ଦେହ। ଏପଟେ ଫୋନ୍ କରିଥିବା ପୁରୁଷ ସାଙ୍ଗ ଘଟଣା ସ୍ଥଳରେ ନାହାନ୍ତି କି ତାଙ୍କ ଫୋନ୍ ଲାଗୁନାହିଁ ବନ୍ଦ ଆସୁଛି। ଦୀପାଳିଙ୍କ ସାନ ଭଉଣୀର ବୟାନକୁ ଭିତ୍ତି କରି ଏହି ଘଟଣାର ତଦନ୍ତ କରୁଛି ଧଉଳି ଥାନା ପୁଲିସ୍।

ସବୁବର୍ଗ ଖବର

1 thought on “ଆଇନଜୀବି ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ଝୁଲନ୍ତା ମୃତଦେହ

  1. An overnight payday loan is known as a style of immediate checking out where a good the last resort could broaden high-interest credit score based upon your income. It has the crucial is typically a percentage of your after that income. Cash loans fee great interest levels with regard to short-term instant credit rating. Also , they are called cash advance loans or maybe check upfront loan products installment loan.

Leave a Reply

Your email address will not be published. Required fields are marked *