Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବିଭକ୍ତ କୋରାପୁଟ ଜ଼ିଲ୍ଲା ଅଙ୍ଗନବାଡି କର୍ମୀ ଓ ସହାୟିକାକୁ ନେଇ ଜୋନାଲ କମିଟି ଗଠିତ

1 min read

ରାୟଗଡା (ସଖପ୍ର): ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମୁଖ୍ୟର ପ୍ରାନ୍ତୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ସାମୁଖ୍ୟର ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସାଙ୍ଗଠନିକ ସମ୍ପାଦିକା ଝୁନୀ ମହାନ୍ତି, ବିଜୁ ଶ୍ରମିକ ସାମୁଖ୍ୟ କୋରାପୁଟ ଜ଼ିଲ୍ଲା ସଭାପତି ବାଲା ରାୟ,ପୂର୍ବତନ ଉପଦେଷ୍ଟା ପଙ୍କଜ ପାତ୍ର, ସଂଯୋଜକ ନିରଞ୍ଜନ ପାତ୍ରଙ୍କ ସମେତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ଜ଼ିଲ୍ଲାରୁ ଅଙ୍ଗନବାଡି କର୍ମୀ ସହାୟିକା ସଂଘର କର୍ମକର୍ତା ମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଗୁରୁଦାୟିତ୍ୱ ନେଇ କାମ କରନ୍ତି କିନ୍ତୁ କେନ୍ଦ୍ର ସରକାର ଆମ ପାଇଁ କିଛି ଚିନ୍ତା କରୁନାହାନ୍ତି । ଅଙ୍ଗନବାଡି କେନ୍ଦ୍ର କେନ୍ଦ୍ରସରକାରଙ୍କ ଯୋଜନା ମାତ୍ର ଚଳିତ କେନ୍ଦ୍ର ବଜେଟରେ ଅଙ୍ଗନବାଡି ପାଇଁ କେନ୍ଦ୍ରର କୌଣସି ସୁବିଧା ନରଖିବା ଦୁର୍ଭାଗ୍ୟ ଜନକ ବୋଲି ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ବଜାର ଦରଦାମ ବୃଦ୍ଧି ହେଉଥିବାରୁ 7500 ଟଙ୍କାରେ ଆମର ଅଙ୍ଗନବାଡି କର୍ମୀ କିପରି ଚାଲିବେ ବୋଲି ପ୍ରଶ୍ନ କରିଥିଲେ । ଆମର ଦାବିକୁ ଯଦି କେନ୍ଦ୍ର ସରକାର ନ ମାନନ୍ତି ତାହାହେଲେ ରାଜରାସ୍ତାକୁ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି । ଅବିଭକ୍ତ କୋରାପୁଟ ଜ଼ିଲ୍ଲା ୪୨ ବ୍ଳକ, ୧୦ ଏନ୍ଏସି, ଓ ମୁନସିପାଲିଟିକୁ ଗୋଟିଏ ଜୋନ ଗଠିତ (କୋରାପୁଟ ଜୋନ୍)। ନବନିର୍ବାଚିତ ଜୋନାଲ୍ କମିଟି ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ସହବନ୍ଧିତ ବିଜୁ ଶ୍ରମିକ ସାମୁଖ୍ୟ। ସର୍ବସମ୍ମତିକ୍ରମେ ରାଜ୍ଯ ସଭା ନେତ୍ରୀ ଶ୍ରୀମତୀ ନନ୍ଦିନୀ ପଣ୍ଡା ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ, ଜିଲ୍ଲା ସଭାପତି ଶ୍ରୀ ବାଲା ରାୟ,ପଙ୍କଜ ପାତ୍ର, ସୁନ୍ଦର ମୋହନ ପାଣି,ଗ୍ୟାନେନ୍ଦ୍ର ପଟନାୟକ, ନିରଂଜନ ପାତ୍ର ଏବଂ ଝୁନୁମହାନ୍ତିଙ୍କ ତତ୍ବାବଧାନରେ ନବନିର୍ବାଚିତ ଜୋନାଲ୍ କମିଟି ଘୋଷଣା କରାଗଲା।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *