Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାବା ବ୍ରାଣ୍ଡ ଓଡ଼ିଆ କନକ୍ଳେଭ୍ 2023ରେ ଚନ୍ଦ୍ରପୁର ବ୍ଲକ ଅଧକ୍ଷ କୟନ ସମ୍ମାନିତ

1 min read

ରାୟଗଡାଜିଲ୍ଲା (ସଖପ୍ର): ରାୟଗଡା ଜ଼ିଲ୍ଲାର ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଚନ୍ଦ୍ରପୁର ବ୍ଲକର ବ୍ଲକ ଅଧକ୍ଷଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଗତ 2022 ରେ ଆଦିବାସୀ ଯୁବକ କୟନ କିମ୍ମାବକା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ପରେ ବ୍ଲକ ଅଧକ୍ଷରେ ନିର୍ବାଚିତ ହୋଇଥିଲେ । ନିର୍ବାଚିତ ପରେ କୟନ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରି ଏହି ଅଂଚଳର ବିକାଶ ପାଇଁ ଦିନ ରାତି ବିଭିନ୍ନ ଅଂଚଳ ବୁଲି ସରକାରଙ୍କ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ ସେବାରେ ଲାଗିପଡିଲେ। ସେଥିପାଇଁ ଭାବା ବ୍ରାଣ୍ଡ କନକ୍ଳେଭ୍ ଓଡ଼ିଆ 2023 ପକ୍ଷରୁ ସାମାଜିକ କର୍ମୀ ଶ୍ରୀ ଜଗଦାନନ୍ଦ ପଣ୍ଡା, ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡେଇ, ବିଶିଷ୍ଟ ଶିଳ୍ପପତି ଆର ପି ଗୁପ୍ତା, ପ୍ରଫେସର ପ୍ରଫୁଲ କୁମାର ଧଳ, ଅର୍ଥନୀତିଜ୍ଞ ଡାକ୍ତର ପ୍ରଭାସ ମିଶ୍ର, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଉପସ୍ଥିତିରେ ଉପଢୌକନ ସହିତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମୋର ଶାସନ କାଳରେ ଏହି ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଉପରେ ବିଶେଷ କାମ କରିବି ବୋଲି କହିଛନ୍ତି । ଏହି ବ୍ଲକର ପବିତ୍ର ସ୍ଥଳ ମିନାଝୋଲା ଦେଶ ବିଦେଶରେ କିପରି ସ୍ଥାନ ପାଇବ ତାହା ମୋର ମୂଳ ଲକ୍ଷ୍ୟ। ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି ସେମାନେ ମୋତେ ସହଯୋଗ କରନ୍ତୁ ମୁଁ ଚନ୍ଦ୍ରପୁର ବ୍ଲକକୁ ଅତିସୁନ୍ଦର ଭାବେ ଗଢି ଓଡିଶାରେ ଏକ ନମ୍ବର କରି ଦେଖାଇବି କିନ୍ତୁ ମୋତେ ବ୍ଲକର ସମସ୍ତ ଜନସାଧାରଣଙ୍କ ସାହାଯ୍ୟ ଓ ଆଶୀର୍ବାଦ ଦରକାର ବୋଲି କହିଥିଲେ।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *