କୋଠି ପାଲଟିଛି ମଧୂପୁର ଗଡ ରାଜସ୍ୱ ନିରୀକ୍ଷକଙ୍କ ଡାକବଙ୍ଗଳା
ଗଡମଧୂପୁର, ୨୨/୧୧ :(ସଖପ୍ର) ଧର୍ମଶାଳା ବ୍ଲକ୍ ମଧୂପୁରଗଡ ପଞ୍ଚାୟତର ଗଡମଧୂପୁର ବଜାର ନିକଟରେ ଥିବା ମଧୂପୁରଗଡ ରାଜସ୍ୱ ନିରୀକ୍ଷକ ଡାକବଙ୍ଗଳା ଏବେ ଭୂତକୋଠୀ ପାଲଟିଛି । ଏହି ଘରଟି ବହୁଦିନ ହେବ ରାଜରାଜୁଡା ସମୟରୁ ଏଠାରେ ରାଜସ୍ୱ ଆଦାୟ ସଙ୍ଗକୁ ରାଜସ୍ୱ ବିଭାଗର ସମସ୍ତ କର୍ମ·ରୀ ଅଫିସ ଚଳାଉଥିଲେ ।ଏହି ଅଫିସ ମଧୂପୁର ଗଡର ଏକ ମୂଖ୍ୟ ଯାଗାରେ ହୋଇଥିବାରୁ ଖଜଣା କାଟିବା ନିମିତ୍ତ ଅଣ୍ଟିଆ,କମାଗଡ,ଭୂବନପୁର,ପନ୍ତୁରି,ଗଡମଧୂପୁର ଇତ୍ୟାଦି ଗ୍ରାମର ଲୋକମାନେ ଖଜଣା ପାଉତି ଏଠାରେ ହିଁ କାଟୁଥିଲେ ।ଏହି ଅଫିସ ଦୀର୍ଘ ଦିନର ହୋଇଥିବାରୁ ଏହା ଆଂଶିକ ଭାଙ୍ଗିତୁଟି ଯାଇଥିଲା ।ଏଥିପାଇଁ ୧୩ -୧୪ ଆର୍ଥିକ ବର୍ଷରେ ଧର୍ମଶାଳା ବ୍ଲକ୍ ତରଫରୁ କିଛି ଅର୍ଥ ବ୍ୟୟ ଅଟକଳ ହୋଇ ଅନ୍ୟତ୍ର ଏକ ନୂତନ ଗୃହ ନିର୍ମାଣ କରାଯାଇ ସେଠାରେ ହିଁ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଚାଲୁଅଛି । କିନ୍ତୁ ଏହି ପୁରୁଣା କାର୍ଯ୍ୟାଳୟକୁ ଦୋହରିକରଣ କରି ନୂତନ ଢଙ୍ଗରେ ନିର୍ମାଣ କରିବା ପାଇଁ ଏହି ବ୍ଲକ୍ ରୁ ୨୦୦୯ ମସିହାରେ କିଛିଆର୍ଥିକ ରାସି ପ୍ରଦାନ କରାଯାଇ ଆଧୂନିକରଣ କରାଯାଇଥିଲା । କିନ୍ତୁ ସେହି ଦିନଠାରୁ ସେହି ଗୃହରେ ସରକାରଙ୍କ ତରଫରୁ ବା ପଞ୍ଚାୟତ ତରଫରୁ କୈାଣସି କାର୍ଯ୍ୟ ନହେବା ହେତୁ ଏବେ ତାହା ।ନାବନା ଘାସ ସାଙ୍ଗକୁ ଏକ ଭୂତକୋଠୀ ପାଲଟିବା ଦେଖିବାକୁ ମିଳିଛି ।ସାଧାରଣ ଲୋକଟିଏ ସରକାରୀ ଆବାସ ଯୋଜନାରେ ସାମିଲ ହେବାପାଇଁ ପଞ୍ଚାୟତ ନେତାଙ୍କ ଠାରୁ ଆରମ୍ଭ କରି ବ୍ଲକର ଅଫିସର ପର୍ଯ୍ୟନ୍ତ ଦୈାଡି ନୟାନ୍ତ ହେଲାପରେବି କୈାଣସି ସୁଫଳ ମିଳୁନାହିଁ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ନିର୍ମିତ ଗୃହ ଭୁତକୋଠରୀରେ ପରିଣତ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।