Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମରେ ଭାଲୁ ଆକ୍ରମଣ

1 min read

ହରିଚନ୍ଦନପୁର, ୧୩/୧୧ :(ସଖପ୍ର) ଆଜି ଅପରାହ୍ନ ୩ଘଟିକା ସମୟରେ ଜଙ୍ଗଲରେ ଛେଳି ଚରାଉଥିବା ବେଳେ ଦୁଇଜଣ ଭାଲୁ ଆକ୍ରମଣର ଶିକାର ହୋଇ ଆହାତ ହୋଇଛନ୍ତି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଟିଗିରିଆ ସାହିର କୁଆଁର ମୁଣ୍ଡା(୬୫) ଓ ଲକ୍ଷ୍ମଣ ମୁଣ୍ଡା(୪୫) ଗ୍ରାମ ନିକଟସ୍ଥ ଫଗଡବୁଢା ଜଙ୍ଗଲକୁ ଛେଳି ଚଳାଇବା ପାଇଁ ଯାଇଥିଲେ । ସେଠାରୁ ଛେଳି ଗୁଡ଼ିକୁ ଚଳାଇ ଘରକୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଆହାତ ହୋଇଥିଲେ । ସେଠାରେ ଭାଲୁ ଦୁହିଁଙ୍କ ହାତକୁ ଗୁରୁତର ଆଘାତ ଦେଇଥିଲା, ଫଳରେ ସେମାନେ ଗୁରୁତର ଆହାତ ହୋଇଥିଲେ । ସେମାନଙ୍କୁ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ଅଟୋରିକ୍ସା ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *