Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’କିଚକେଶ୍ୱରୀଙ୍କ ସୁନାବେଶ ଅନୁଷ୍ଠିତ

1 min read

ମୟୁରଭଞ୍ଜ ୧୨/୧୧ : ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’କିଚକେଶ୍ୱରୀଙ୍କ ଆବିର୍ଭାବ ଦ୍ୱାପର ଯୁଗରୁ ହୋଇଥିବା କୁହାଯାଏ। କିଚକଙ୍କ ଗଡ଼ର ଆରାଧ୍ୟଦେବୀ ମା’କିଚକେଶ୍ୱରୀଙ୍କ ଦ୍ୱାପରଯୁଗରୁ ଏଠାରେ ପୂଜା ପାଇ ଆସୁଥିବା ଜଣାଯାଏ। ମହାଭାରତର ପାଣ୍ଡବମାନେ ଅଜ୍ଞାତବାସରେ ଥିବା ବେଳେ ନିଜ ପରିଚୟ ଗୁପ୍ତରଖି ବିରାଟ ରାଜାଙ୍କର ରାଜସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେତେବେଳେ ବିରାଟରାଜାଙ୍କ ଶାଳକ କିଚକ ରାଜଧାନୀ ଖିଚିଂ ଠାରେ ଅବସ୍ଥିତ ଥିଲା । ମା’କିଚକେଶ୍ୱରୀ କୀଚକବାସୀଙ୍କ ଆରାଧ୍ୟଦେବୀ ଭାବେ ଖିଚିଂ ଠାରେ ପୂଜା ପାଉଥିଲେ। ପୁରାଣଯୁଗର ଏହି ମନ୍ଦିରର କିଛି ଅଂଶ ଭାଙ୍ଗିରୁଜି ଯାଇଥିଲା ବେଳେ ଭଗ୍ନାବଶେଷକୁ ତତ୍କାଳୀନ ମୟୁରଭଞ୍ଜ ରାଜ୍ୟର ମହାରାଜାଙ୍କ ଉଦ୍ୟମରେ ୧୮୩୮ମସିହାରେ କଳାମୁଗୁନିପଥର ଦ୍ୱାରା ଅଭିଜ୍ଞତା ସମ୍ପନ୍ନ କୁଶଳୀ ମହାରଣାଙ୍କୁ ନେଇ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯୪୨ ମସିହାରେ ଶେଷ ହୋଇଥିଲା। ସେହିଦିନ ଠାରୁ ମା’କିଚକେଶ୍ୱରୀଙ୍କ ମନ୍ଦିରରେ ମା’ଙ୍କର ସୁନାବେଶ ଅନୁଷ୍ଠିତ ହୋଇଆସୁଛି।

ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକର ଖିଚିଂ ଠାରେ ରହିଛି ମା’କିଚକେଶ୍ୱରୀଙ୍କ ମନ୍ଦିର। ମନ୍ଦିର ପରିସରରେ ଥିବା ସବୁଜିମାପୂର୍ଣ୍ଣ ଶୋଭାରାଶି ମନ ମୁଗ୍ଧକର ହୋଇଥିବା ବେଳେ ସେଠାକାର ପରିବେଶ ମଧ୍ୟ ଶାନ୍ତ ଆଧ୍ୟାତ୍ମିକ ହୋଇଥାଏ। ସେହିପରି ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ଭକ୍ତିର ସହ ମା’ଙ୍କୁ ଜଣାଇଥାନ୍ତି। ପରେ ମା’ଙ୍କ ଆଶୀର୍ବାଦରେ ଶ୍ରଦ୍ଧାଳୁର ମନସ୍କାମନା ପୁରଣ ହେବା ପରେ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ଏବଂ ଆଜି ଭଳି ପବିତ୍ର ଦିନରେ ମା’ଙ୍କ ସୁନାବେଶ ଦର୍ଶନ କରି କରୁଣା ଲାଭ କରିଥାନ୍ତି। ମା’ କିଚକେଶ୍ୱରୀଙ୍କ ମନ୍ଦିରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପୂଜାର୍ଚ୍ଚନା କରିବା ପାଇଁ ଦୈନିକ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *