01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯାଜପୁର ୱେବ୍ ମିଡିଆ ସଂଘ ପକ୍ଷରୁ ଅନୁଭବଙ୍କ ଗିରଫ ଦାବୀ, ଡିଜିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଯାଜପୁର, ୮/୧୧(ସଖପ୍ର) କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସେଠାରେ କାର୍ଯ୍ୟରତ ଓଟିଭିର ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ତାତ୍ସଲ୍ୟ ଏବଂ ଦୁର୍ବ୍ୟବହାର କରିବା ଘଟଣାରେ ଆଜି ଯାଜପୁର ୱେବ୍ ମିଡିଆ ସଂଘ ପକ୍ଷରୁ ଅନୁଭବଙ୍କ ଗିରଫ ଦାବୀ କରିବା ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷା ଦାବୀ କରିଛନ୍ତି। ଏଥିନେଇ ଆଜି ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଧର୍ମଶାଳା ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଆଜି ୱେବ୍ ମିଡିଆ ସଂଘର ସଭାପତି ପ୍ରଦୀପ ମହାରଣାଙ୍କ ନେତୃତ୍ୱରେ ସୁରେନ୍ଦ୍ର ସାମଲ, ସେକ ଦିଲଦାର ଚାନ୍ଦ, ସୌମ ରଂଜନ ପଣ୍ଡା, ଦୀପକ ଗୋଚ୍ଛାୟତ, ସେକ୍ ଆଲାଉଦ୍ଦିନ, ଦିପକ ମଲିକ, ଗୟାଧର ନାୟକ, ସୁବାଷ ରାଉତ, ତ୍ରିଲୋଚନ ପାଣି, ଅୟସକାନ୍ତ ରାଉତ, ଚିନ୍ମୟ ପୃଷ୍ଟି, ପ୍ରଦୀପ ପରିଡା, ନାରାୟଣ ରଥ ସମେତ ସମସ୍ତ ସଭ୍ୟ ମାନେ ଅନୁଭବଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ତୁରନ୍ତ ଅନୁଭବ ମହାନ୍ତିଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ । ପରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *