Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଇନ ସହାୟତା ଡିଫେନ୍ସ କାଉନସେଲ କାର୍ଯ୍ୟାଳୟ ଉଦଘାଟନ

1 min read

କୋରାପୁଟ ଜିଲ୍ଲା/ଜୟପୁର (ସଖପ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶାନୁସାରେ ଆଜି ତା-୨୬-୦୪-୨୦୨୩ ରିଖ ଜିଲ୍ଲା ନ୍ୟାୟଳୟ କୋର୍ଟ ପରିସରସ୍ଥିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ମଧ୍ୟରେ ଆଇନ ସହାୟତା ଡିଫେନ୍ସ କାଉନସେଲ କାର୍ଯ୍ୟାଳୟ ଅନଲାଇନ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟଳୟର ମାନ୍ୟବର ପ୍ରଧାନ ବିଚାରପତି ତଥା ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଡାଃ ଜସ୍ଟିସ ଏସ. ମୁରଲୀଧର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ପ୍ରଧାନ ବିଚାରପତିଙ୍କ ସହ ଅନଲାଇନ ଉଦଘାଟନ ସମୟରେ ଉଚ୍ଚ ନ୍ୟାୟଳୟର ମାନ୍ୟବର ବିଚାରପତି ତଥା ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ମାନ୍ୟବର ଶ୍ରୀ ଏସ. ତାଳପତ୍ର ଏବଂ ମାନ୍ୟବର ଉଚ୍ଚ ନ୍ୟାୟଳୟର ଅନ୍ୟ ବିଚାରପତି ପ୍ରମୁଖ ଉପସ୍ଥିତ ଥିଲେ ।

ଜଯପୁରସ୍ଥିତ ଆଇନ ସହାୟତା ଡିଫେନ୍ସ କାଉନସେଲ କାର୍ଯ୍ୟାଳୟ ଉଦଘାଟନୀ ସମାରୋହ ଅବସରରେ ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧିକରଣ ଅଧକ୍ଷ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର, ପରିବାର ଅଦାଲତ ବିଚାରପତି ଡାଃ ପବିତ୍ର ମୋହନ ସାମଲ, ସ୍ଵତନ୍ତ୍ର ଭିଜିଲେନ୍ସ ଜଜ ଶ୍ରୀ ରାଜେଶ ଏକ୍କା, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ଈ.ବିଘ୍ନେଶ୍ଵର ରାଓ , ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଦିଲୀପ କୁମାର ସାହୁ, ବରିଷ୍ଠ ଦେଓ୍ବାନି ବିଚାରପତି ଶ୍ରୀମତୀ ମୁସରତ ଜାହିନ, ବରିଷ୍ଠ ଦେଓ୍ବାନି ବିଚାରପତି (ମହିଳା କୋର୍ଟ) ଶ୍ରୀମତୀ ଅଞ୍ଜଲି ମାଛଖଣ୍ଡ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀ ସୁମନ ଜେନା, ଉପଖଣ୍ଡ ଦଣ୍ଡାଧିକରି ଶ୍ରୀମତୀ ରେଖାରଣୀ ପଣ୍ଡା, ପ୍ରୋବେସନର୍ ଅଫିସର ଶ୍ରୀ ଅନିମେଷ ତ୍ରିପାଠୀ, ଜିଲ୍ଲା ଓକିଲ ସଂଘର ସଭାପତି ଶ୍ରୀ ବିରେଶ ପଟ୍ଟନାୟକ, ଉପସଭାପତି ଶରତ ମାଝି ଓ ଜିଲ୍ଲା ଓକିଲ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତା ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ଡିଫେନ୍ସ କାଉନସେଲ କାର୍ଯ୍ୟାଳୟରେ ମନୋନିତ ହୋଇଥିବା ମୁଖ୍ୟ ଡିଫେନ୍ସ କାଉନସେଲ ଶ୍ରୀ ଦାଶରଥି ପଟ୍ଟନାୟକ,ଡେପୁଟି କାଉନସେଲ ଶ୍ରୀ କେ.ଦିବାକର ରାଓ, ଶ୍ରୀ ହରିଶ ଚନ୍ଦ୍ର ମୁଦୁଲି, ସହାୟକ କାଉନସେଲ କୁମାରୀ ଗୀତାଞ୍ଜଳି ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

1 thought on “ଆଇନ ସହାୟତା ଡିଫେନ୍ସ କାଉନସେଲ କାର୍ଯ୍ୟାଳୟ ଉଦଘାଟନ

Leave a Reply

Your email address will not be published. Required fields are marked *