09/19/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗାନ୍ଧୀ ଜୟନ୍ତୀ ପାଳନ

ଗଞ୍ଜାମ/ପୁରୁଷୋତ୍ତମପୁର (ସଖପ୍ର): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମହାଆଡମ୍ବରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼, ଏବଂ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ନଗର ସଭାପତି ପ୍ରଭାତ କୁମାର ପଟ୍ଟନାୟକ, କାଉନସିଲର ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା, ଭବାନୀ ଶଙ୍କର ନାହାକ, କେ. ପ୍ରମୋଦ କୁମାର ଆଚାରୀ, ଭାଗିରଥି ବେହେରା,ବିପ୍ର ଚରଣ ବେହେରା, ଲିଙ୍ଗରାଜ ବେହେରା, ଅରୁଣ କୁମାର ମହାଙ୍କୁଡ,ଗିରିଜା ବେହେରା, ପ୍ରତିମା କୁମାରୀ ପଣ୍ଡା, ଅର୍ଚନା ପଣ୍ଡା, ଗିରିଜା ବେହେରା, ଯମୁନା ବେହେରା ଏବଂ ସ୍ଥାନୀୟ NAC ଷ୍ଟାଫ୍ଫ ଅସିତ କୁମାର ପାତ୍ର, ରଂଜିତ ପଣ୍ଡା, ରଶ୍ମିରାଣୀ ନାହାକ,
ବଳରାମ ପାଢ଼ୀ,ବିଘ୍ନରାଜ ମହାପାତ୍ର, ବଳଭଦ୍ର ନାୟକ, ଜଗନ୍ନାଥ ମହାପାତ୍ର, ପୁଷ୍ପାଞ୍ଜଳି ମହାପାତ୍ର, ରାକେଶ କୁମାର ସ୍ୱାଇଁ,ଏବଂ ପୁରୁଷୋତ୍ତମପୁରର କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ପ୍ରେମାନନ୍ଦ ସାହୁ, କେ.ଉମାଶଙ୍କର ରାଓ, ଲଛମନ ନାୟକ, ସନିଆ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ।

ଗଞ୍ଜାମ ପ୍ରତିନିଧି ଅରୁଣ କୁମାର ଗୌଡ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *