ବିଜେପି ଦ୍ୱାରା ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତଳିକା ଦାହ
1 min readମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବିଜେପି ପକ୍ଷରୁ ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଏଥିରେ ସମ୍ପୃକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ତଥା ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଆଜି ବିଜେପି ଦଳ ତରଫରୁ ବ୍ଲକ କାର୍ଯାଳୟ ପରିକ୍ରମା କରିବା ସହ ଗୃହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଦିବାସୀ ସମ୍ପାଦକ ଜଳନ୍ଧର ନାୟକ, ଜିଲ୍ଲା ସଭାପତି ବନମାଳୀ ବରଜା, ଉପ ସଭାପତି ମୁନି ମାଡକାମୀ, ସରପଞ୍ଚ ଗୁପ୍ତ ଦୁରୁଆ, ସରପଞ୍ଚ ବସନ୍ତ ମାଢି, ହଳଧର କପେ, ଆର ସତ୍ୟନାରାୟଣଙ୍କ ସହ ଶତାଧିକ କର୍ମକର୍ତା ଯୋଗଦେଇଥିଲେ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ