Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ନବରଙ୍ଗପୁର ସାଂସଦ

1 min read

ମାଲକାନଗିରି(ସଖପ୍ର): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ସମିତି ବୈଠକରେ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଚିତ୍ରକୋଣ୍ଡା ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗଦାନ କରିଥିଲେ, ବ୍ଲକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ, ତାପରେ ସାଂସଦ ମହୋଦୟ ବାଲିମେଳା NAC ର ex-Counsiler ପ୍ରମିଳା ମହାପାତ୍ର ବାପାଙ୍କ 12 ଦିନ କାର୍ଯ୍ୟରେ ଯୋଗଦେଇ ସମବେଦନା ଜଣାଇଥିଲେ, ଯୁବନେତା ସନ୍ତୋଷ ପଣ୍ଡାଙ୍କ ଘରେ ପୂଜା କାର୍ଯ୍ୟରେ ଯୋଗଦାନ କରିଥିଲେ। ଗତ ଦୁଇ ଦିନ ତଳେ ଗୋଟେ ପରିବାରର ଦୁର୍ଘଟଣାରେ ପ୍ରାଣ ହରାଇଥିବା mv -36 ଗ୍ରାମରେ ଯାଇ ପରିବାରକୁ ଭେଟିବା ସହ ଥଇଥାନ ବ୍ୟବସ୍ଥା ଶୀଘ୍ର କରାଯିବ କହି ପ୍ରତିଶୃତି ଦେଇଥିଲେ। ନିକଟସ୍ଥ ସ୍କୁଲର ଉନ୍ନତିକରଣ ଉପରେ ଗ୍ରାମବାସୀ ସହ ଆଲୋଚନା କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଦୁଇ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ମଦନ ଖୋସଲା, ସୋମନାଥ ବାରସେ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *