10/19/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ରାୟଗଡା ଗସ୍ତ

ରାୟଗଡାଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) କୋରାପୁଟ ଗସ୍ତ ସାରି ଦିନିକିଆ ରାୟଗଡା ଗସ୍ତ କରିଛନ୍ତି ଓଡିଶା ପର୍ଯ୍ୟଟନ,ସଂସ୍କୃତି ଓଡ଼ିଆ ଭାଷା ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ରାୟଗଡା ଗସ୍ତ ସମୟରେ ପ୍ରଥମେ ଭାକୁରଗୁଡା ସେବାଶ୍ରମ ପରିଦର୍ଶନ କରିଥିଲେ ସ୍କୁଲ ପିଲାମାନଙ୍କୁ କିଛି ସମୟ ପାଇଁ ପାଠ ପଢାଇ ଥିଲେ ଓ କମ୍ପୁଟରର ବିଭିନ୍ନ ଅଂଶ ସମ୍ପର୍କରେ ପଚାରି ଥିଲେ କିନ୍ତୁ ଛାତ୍ର ମାନେ ମାଉସ ବ୍ୟତୀତ ଅନ୍ୟ କୌଣସି କମ୍ପୁଟର ବିଷୟରେ କହି ପାରିନଥିଲେ । ଯଦ୍ୱାରା ମନ୍ତ୍ରୀ ବିଗିଡି ଯାଇଥିଲେ ଆଶ୍ଚର୍ଯ୍ୟର ବିଷୟ ରାୟଗଡା ଜ଼ିଲ୍ଲା ସଦର ମହକୂମା ଠାରୁ ମାତ୍ର ୫କିଲୋମିଟର ଦୂରରେ ଅବସ୍ଥିତ ମଙ୍ଗଳ ବିଭାଗ ସ୍କୁଲରେ ଏହିପରି ପାଠ ପଢ଼ା ଯାଉଛି। ଚନ୍ଦ୍ରପୁର କାଶିପୁରସ୍କୁଲରେ କିପରି ପିଲାଙ୍କୁ ପଢା ଯାଉ ଥିବ ଆପଣ ମାନେ ବିଚାର କରନ୍ତୁ। ବିଗତ ୫ବର୍ଷ ଧରି ପ୍ରସାଶନ ଏହି ଭାକୁରଗୁଡ଼ା ଆଶ୍ରମ ସ୍କୁଲକୁ ଏକ ଆଦର୍ଶସ୍କୁଲ ରୂପେ ପରିଗଣିତକରି ଯେଉଁ ଅଧିକାରୀ ମାନେ ପରିଦର୍ଶନରେ ଆସନ୍ତି ତାଙ୍କୁ ଦେଖାଇ ଥାନ୍ତି କିନ୍ତୁ ଏହି ସ୍କୁଲର ଅବସ୍ଥା ଏତେ ଖରାପ ତାହା ଗତ ବର୍ଷ ଭାରତୀୟ ପ୍ରଶାସନିକ ଅଧିକାରୀ ମନାସି ନିମ୍ବଲଙ୍କ ପରିଦର୍ଶନ ସମୟରେ ଏହି ସ୍କୁଲର ପ୍ରକୃତ ତଥ୍ୟ ବାହାରକୁ ଆସିଥିଲା । ପରେପରେ ମନ୍ତ୍ରୀ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଗସ୍ତକରି ପିଲାଙ୍କସହ ମତବିନିମୟ କରିଛନ୍ତି। ଏହି ଅବସରରେ ଆଦର୍ଶ ବିଦ୍ୟାଳୟରେ ପିଲାଙ୍କସହ ମନ୍ତ୍ରୀ, ପୂର୍ବତନ କୋରାପୁଟ ଲୋକସଭା ସାଂସଦ ଶ୍ରୀ ଝିନ ହିକକା ମଧ୍ୟାହ୍ନ ଭୋଜନ କରିଥିଲେ କିନ୍ତୁ ପିଲାମାନଙ୍କୁ ଗୋଟିଏ ଗିନାରେ ତରକାରୀ ଦିଆଯାଇଥିବା ବେଳେ ମନ୍ତ୍ରୀଙ୍କୁ ୩ଗିନାରେ ତରକାରୀ ଦିଆଯାଇଥିଲା । ରାୟଗଡାର ସହରରେ ଥିବା ପ୍ରେମ ପାହାଡ ପରିଦର୍ଶନ କରି ତାହାର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ସହ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ପ୍ରେମପାହାଡ଼ ଗସ୍ତ କରିଥିଲେ। ବରିଷ୍ଠ ନାଗରିକ ସତ୍ୟବାଦୀ ପତି ଉପସ୍ଥିତ ରହିଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *