November 18, 2025

Sabubarga Khabar

All category news

ମଧ୍ୟାହ୍ନ ଭୋଜନ ଖାଇ ସରକାରୀ ଅଧିକାରୀ ନିଲମ୍ବନ ମନ୍ତ୍ରୀ ଖାଇ ପ୍ରଶଂଶାର ପାତ୍ର,ମନ୍ତ୍ରୀଙ୍କ ପାଇଁ କଣ ନିୟମ ଅଲଗା କି !

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଏକ ଦିନ କିଆ ଗସ୍ତ ରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାୟଗଡା ଆସି ସହର ଉପଖଣ୍ଡରେ ଅବସ୍ଥିତ ଏକ ଲବ୍ୟ ମୋଡେଲ ସ୍କୁଲକୁ ପରିଦର୍ଶନ କରିବା ସହିତ ସ୍କୁଲ ର ଛାତ୍ରୀ ମାନଙ୍କ ସହ ମିଶି ମନ୍ତ୍ରୀ କୋରାପୁଟର ପୂର୍ବତନ ଲୋକସଭା ସାଂସଦ ଝିନ ହିକକା ବିଜେଡି ମହିଳା ସଭାନେତ୍ରୀ ଅନୁଶୁୟା ମାଝୀ ଓ ରାୟଗଡା ପୌରପରିଷଦର ପୂର୍ବତନ ଅଧକ୍ଷା ଗୌରୀ ଜୟନ୍ତୀ ମଧ୍ୟାହ୍ନ ଭୋଜନ କରିଥିଲେ। ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମନ୍ତ୍ରୀ ସରକାରୀ ଅଧିକାରୀ ମାନେ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପାଇଁ ନିର୍ଦେଶ ଦେଇଥିଲେ। ଏହି ଆଦେଶକୁ ପାଳନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏକଲବ୍ୟ ସ୍କୁଲର ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବା ସହିତ ଭୋଜନ କରିଥିଲେ କିନ୍ତୁ ଭୋଜନ ସମୟରେ ମନ୍ତ୍ରୀଙ୍କୁ ୩ଟି ଗିନାରେ ତରକାରୀ ଦିଆଯାଇଥିଲା କିନ୍ତୁ ଛାତ୍ରୀ ମାନଂକୁ ଗୋଟିଏ ଗିନାରେ ତରକାରୀ ଦିଆଯାଇଥିଲା। ମନ୍ତ୍ରୀଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରୁଥିବା ଛାତ୍ରୀ ମାନେ ମନ୍ତ୍ରୀଙ୍କ ଖାଦ୍ୟକୁ ଚାହିଁ ବସିଥିଲେ। ଠିକ ଅଳ୍ପ ଦିନ ତଳେ ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ସ୍କୁଲ ପରିଦର୍ଶନ ସମୟରେ ସ୍କୁଲ ଛାତ୍ର ଛତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ସେ ଚିକେନ ଖାଇଛନ୍ତି ବୋଲି ଭିଡି଼ଓ ଭାଇରଲ ପରେ ସୁନ୍ଦରଗଡ଼ ଜ଼ିଲ୍ଲାପାଳ ବିଇଓ ଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ମନ୍ତ୍ରୀଙ୍କ ପାଇଁ କଣ ନିୟମ ଅଲଗା କି ? ସରକାର ଅଧିକାରୀଙ୍କୁ ନିଲମ୍ବନ କରାଗଲା କିନ୍ତୁ ବର୍ତମାନ ପିଲାମାନେ ଗୋଟିଏ ଗିନାରେ ତରକାରୀ ଖାଇବାବେ ମନ୍ତ୍ରୀ ତିନୋଟି ଗିନାରେ ତରକାରୀ ଖାଇବା ଭିଡି଼ଓ ଭାଇରଲ ପରେ ମୁଖ୍ୟମନ୍ତ୍ରୀ କଣ ନିଷ୍ପତି ମନ୍ତ୍ରୀଙ୍କ ଉପରେ ନେଉଛନ୍ତି ଦେଖାଯାଉ। ଆଶ୍ଚର୍ଯ୍ୟର ବିଷୟ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରାଗଲା କିନ୍ତୁ ଏହି ଠାରେ ମନ୍ତ୍ରୀ ପିଲାମାନଙ୍କସହ ମଧ୍ୟାହ୍ନ ଭୋଜନ କରିଲେ ବୋଲି ସରକାରୀ ଅଧିକାରୀ ଦଳୀୟ ନେତା ମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏହି ଏକଲବ୍ୟ ସ୍କୁଲର କର୍ମଚାରୀ କେମିତି ପିଲାମାନଙ୍କୁ ଗୋଟିଏ ଗିନାରେ ତରକାରୀ ଦେଇଥିଲେ କିନ୍ତୁ ମନ୍ତ୍ରୀଙ୍କୁ କାହିଁକି ତିନୋଟି ଗିନାରେ ତରକାରୀ ଦେଲେ ଆପଣ ମାନେ ବିଚାର କରନ୍ତୁ ମନ୍ତ୍ରୀଙ୍କ ପାଇଁ କଣ ନିୟମ କାନୁନ ଅଲଗା କି !!!

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.