Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉଲଙ୍ଘନକାରୀଙ୍କ ପାଇଁ ଆକସନ ମୋଡରେ ଓରକେଲ ପୋଲିସ

1 min read

ମାଲକାନଗିରି (ସଖପ୍ର) :ଆଜି ଏମ. ଭି -୩୭ ଠାରେ ଓରକେଲ ଥାନାଧୀକାରୀକଂ ତତ୍ୱାବଧାନରେ କୋଭିଡ ନିୟମ ଉଲଂଘନକାରୀକୁଂ ଫାଇନ ଆଦାୟ କରାଯାଇଛି ।କରୋନାର ପ୍ରକୋପ ଦିନକୁ ଦିନ ପ୍ରଚୁର ମାତ୍ରାରେ ବଢ଼ିବାରେ ଲାଗିଛି |ଏହା ସତ୍ୱେ ଲୋକକଂ ସଚେତନ କରିବା ପାଇଁ ପୋଲିସ ପ୍ରଶାସନ ,ମିଡିଆ ଗଣ ରାତିଦିନ ଏକ କରି ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରି ଲୋକଙ୍କୁ କରୋନା ପ୍ରତି ସଚେତନତା କରିବା ସତ୍ୱେ ଲୋକେ ବୁଝିପାରୁ ନାହାନ୍ତି| ତେଣୁ ଆଜି ଓରକେଲ ପୋଲିସ ତରଫରୁ ଅମାନିଆ ବାଇକ ଚାଳକ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଏହି କାର୍ଯ୍ଯରେ ଓରକେଲ ଥାନାର ଇନ୍ସପେକ୍ଟର ଜେ ପି ହୋତା ,ସବ୍ ଇନ୍ସପେକ୍ଟର ମିଲନ ମଜୁମଦାର ,ସବ୍ ଇନ୍ସପେକ୍ଟର କୃଷ୍ଣ ସାହା , କନେଷ୍ଟବଳ ବିନୟ କୁମାର ମଣ୍ଡଳ ଓ ହୋମଗାର୍ଡ ରାଜୁ ଦୋରା ଉପସ୍ଥିତ ଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *