Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ପର୍ଯ୍ୟାୟରେ ବିନିଷପୁର ବିଜୁସେତୁ

1 min read


ରାୟଗଡା(ସଖପ୍ର):ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କଲ୍ୟାଣସିଂପୁର ବ୍ଲକର ବିନିସପୁର ଠାରେ ନିର୍ମିତ ବିଜୁ ସେତୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସେତୁଟି ନିର୍ମାଣ କାମ ସମାପ୍ତ ହେବାକୁ ଯାଉଛି। ଘଟଣାରୁ ପ୍ରକାଶ ଯେ 2017ମସିହାରେ କଲ୍ୟାଣୀ ନିଦୀରେ ନାଗବଳୀ ନଦୀରେ କଲ୍ୟାଣୀ ନଦୀର ଜଳ ପ୍ରବେଶ କରିବାରୁ ନଦୀର ଜଳପତନ ବୃଦ୍ଧି ପାଇଥିଲା ଯାଦ୍ୱାରା ବିନିସପୁର ଠାରେ ନିର୍ମିତ ଝୁଲା ପୋଲଟି ବନ୍ୟା ଜଳରେ ଭାସି ଯାଇଥିଲା। ସେଥିପାଇଁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରୁ ନଦୀ ଅନ୍ୟପଟ ରହିଥିବା ପାର୍ଷାଲି ପୂଜାରୀଗୁଡା ସୁନାଖଣ୍ଡି ପୋଲମା ମାଝୁଗୁଡା କାନ୍ଧକାତିପାଡୁ ଗ୍ରାମର ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସେଥିପାଇଁ ବିନିସପୁର ଠାରେ ଏକ ପୋଲ ନିର୍ମାଣ ପାଇଁ ଜସନସାଧାରଣ ଦାବି କରିଥିଲେ। ଓଡିଶା ସରକାର ଲୋକଙ୍କ ଅସୁବିଧା ଜାଣିପାରି ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ 7କୋଟି ଟଙ୍କା ବ୍ୟୟରେ ଏକ ସ୍ଥାୟୀ ପୋଲ ନିମନ୍ତେ ଏକ ଟେଂଡର ବାହାର କରିଥିଲେ। 2019ମସିହା ଫ୍ରବୃଆରୀ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନାଗବଳୀ ନଦୀ ଉପରେ ବିନିସପୁର ଠାରେ ପୋଲର ଭିତ୍ତିପ୍ରସ୍ତର ଦେଇଥିଲେ। ଉକ୍ତ ପୋଲକୁ ରାୟଗଡା ମା ମଝିଘରିଆଣି କନଷ୍ଟ୍ରକସନ କମ୍ପାନୀ ସେହି ବର୍ଷ ନଭେମ୍ବର ମାସରେ କାମ ଆରମ୍ଭ କରିଥିଲା ।

ଏହି ପୋଲ ନିର୍ମାଣର ସମୟ ସୀମା ନଭେମ୍ବର 2021ରହିଥିଲା କିନ୍ତୁ ଜୈନିକ ଠିକାଦାର ଶ୍ରୀ ରୁଦ୍ର ପ୍ରସାଦ ପାଣିଗ୍ରାହୀଙ୍କ ନିଜର ଅଭିଜ୍ଞତା ତଥା ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ କାମକୁ ଆଗେଇ ନେଇ କାମ ସମାପ୍ତ କରିଦେଛନ୍ତି। କେବଳ ମାତ୍ର ଗୋଟିଏ ପଟ ପୋଲର ଆପ୍ରୋକ୍ସ କାମ ବାକି ଅଛି ଯାହାକି ପ୍ରାୟ 15 ଦିନ ମଧ୍ୟରେ ସମାପ୍ତ ହୋଇଯିବ। ସେଥିପାଇଁ ଏହି ଅଂଚଳର ଜନସାଧାରଣଙ୍କ ମନରେ ଆନନ୍ଦର ଲହରୀ ଦେଖାଦେଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସମସ୍ତ ଯନ୍ତ୍ରୀ ତଥା ଠିକା କମ୍ପାନୀର କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଫଳରେ ଏହି ପୋଲଟିର ନିର୍ମାଣ କାମ ସମାପ୍ତ ହୋଇ ପୋଲଟି ଲୋକାର୍ପଣ ହେବାକୁ ଯାଉଛି। ଏହି ବ୍ଲକଟି ମାଓ ପ୍ରବଣ ଅଂଚଳ ଓ ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଲକଡାଉନ ସଟଡାଉନ ଚାଲୁରହିଥିବା ଦ୍ୱାରା କନଷ୍ଟ୍ରକସନ କାମ ଶ୍ରମିକଙ୍କ ଅଭାବ ସତ୍ତ୍ବେ ମଧ୍ୟ ଏହି ଅଂଚଳର ଜନସାଧାରଣଙ୍କ ଅସୁବିଧାକୁ ନିଜର ସୁବିଧା ଭାବି ଦିନ ରାତି ଏକ କରି ଏହି ପୋଲ କାମ କରିଛି ବୋଲି ଠିକା ସଂସ୍ଥାର ମୁଖ୍ୟ କହିଛନ୍ତି। ଯେ ହେତୁ ମୁଁ ଏହି ଆଦିବାସୀ ଅଂଚଳର ପିଲା ଏହି ଅଂଚଳ ଲୋକଙ୍କ ସୁବିଧା ଅସୁବିଧାକୁ ମୁଁ ହୃଦୟଙ୍ଗମ କରି କାମକୁ ଆଗେଇନେଇଛି । ଏହି ପୋଲ ଦ୍ୱାରା ହଜାର ହଜାର ଜନସାଧାରଣ ନିଜର ଯାତାୟାତ ସହିତ ମେଡିକାଲ ଯିବାରେ ବହୁ କାମରେ ଆସିବ ବୋଲି ରୁଦ୍ର ପ୍ରସାଦ କହିଛନ୍ତି।

ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

1 thought on “ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ପର୍ଯ୍ୟାୟରେ ବିନିଷପୁର ବିଜୁସେତୁ

Leave a Reply

Your email address will not be published. Required fields are marked *