ମାଲକାନଗିରିରୁ 5 ନକଲି ନକ୍ସଲ ଗିରଫ
ମାଲକାନଗିରି: ଜିଲ୍ଲା ପୋଲିସ ହାତରେ ଧରା ପଡିଲେ ୫ ନକଲି ନକ୍ସଲ । ମୋଟୁ ଥାନା ଅଞ୍ଚଳରୁ ଏମାନଙ୍କୁ ଗିରଫ କଲା ପୋଲିସ । ନକ୍ସଲ ନାଁରେ ବଟି ମାଗୁଥିବାରୁ ପୋଲିସ ଗିରଫ କରିବା ସହ ୫ ଜଣଙ୍କୁ କୋର୍ଟ ଚାଲାଣ କରୁଥିବା ଜଣାପଡିଛି |ସୂଚନା ଅନୁଯାୟୀ, ମୋଟୁ ଥାନା ପେଟା ଗାଁ ନିକଟରେ ଥିବା ଜି.ଭି. ଗ୍ରାନାଇଟ୍ ନାମକ ଏକ ଘରୋଇ କମ୍ପାନୀର ମାଲିକ ବେଣୁଗୋପାଳ ରାଓଙ୍କୁ ନିଜକୁ ନକ୍ସଲ ପରିଚୟ ଦେଇ ୫0 ଲକ୍ଷ ଟଙ୍କାର ବଟି ମାଗୁଥିଲେ । ଏହାସହ ଟଙ୍କା ନଦେଲେ ବୋମା ବିସ୍ଫୋରଣ କରି କମ୍ପାନୀ ଅଫିସ ଉଡାଇ ଦେବା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ |
ମାଲକାନଗିରିରେ ୫ ନକଲି ନକ୍ସଲ ଗିରଫଏନେଇ ବେଣୁଗୋପାଳ ମୋଟୁ ଥାନାରେ ଅଭିଯୋଗ କରିବା ପରେ ଫୋନ କଲକୁ ଟ୍ରାକ କରି ପୋଲିସ ଏହି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ୩ ଜଣ ମୋଟୁ ଅଞ୍ଚଳର ହୋଇଥିବାବେଳେ ୨ ଜଣଙ୍କ ଘର ଆନ୍ଧ୍ରପ୍ରଦେଶର ବୋଲି ପୋଲିସ କହିଛି । ତେବେ ଗିରଫ ପରେ ସମସ୍ତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି |ସେମାନଙ୍କ ନାମକୁ ଗୁପ୍ତ ରଖାଯାଇ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ତରଫରୁ କୁହାଯାଇଛି ।
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ