01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭିନ୍ନକ୍ଷମଙ୍କ ପାଇଁ ଛତୁଚାଷ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଲେ ବାଲେଶ୍ବର ସାମ୍ବାଦିକ

ବାଲେଶ୍ବର,୨୫/୧୧–ଯାଜପୁର ଜିଲ୍ଲା ବଡ଼ଚଣା ନିକଟ ବନ୍ଦାଳୋଠାରେ ଶେଖ୍ ଆଲ୍ଲାଉଦ୍ଦିନ୍ ମେମୋରିଆଲ ଟ୍ରଷ୍ଟ ଯାଜପୁର ତରଫରୁ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଭିନ୍ନକ୍ଷମମାନେ ଏହି ଛତୁଚାଷ ମାଧ୍ଯମରେ କିପରି ସାମାଜରେ ସ୍ବାବଲମ୍ବି ହୋଇ ଅନ୍ୟମାନଙ୍କ ସହିତ ସମକକ୍ଷ ହୋଇ ପାରିବେ କାର୍ଯ୍ୟକ୍ରମ ମାଧ୍ୟମରେ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇ ଥିଲାବେଳେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ପାଇଁ ବିଭାଗ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସାମାଜିକ ଇଞ୍ଜିନିୟର ଡ଼.ରମେଶ ଚନ୍ଦ୍ର ବେହେରା, ଅଜିତ୍ ମହାପାତ୍ର, ଆଲୋକ ପ୍ରଧାନ ଦାୟିତ୍ୱର ସହ ପରିଚାଳନା କରୁଛନ୍ତି ।

ଭିନ୍ନକ୍ଷମମାନଙ୍କୁ ସମାଜରେ ସମ୍ମାନର ସହିତ ସକ୍ଷମ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ପ୍ରଥମ ଲକ୍ଷ୍ୟ ବୋଲି ଅନୁଷ୍ଠାନର ସମ୍ପାଦକ ଓ ସାମାଜିକ ଇଞ୍ଜିନିୟର ଡ଼. ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ବାଲେଶ୍ବରରୁ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଏଥିରେ ଯୋଗଦେଇ ସମ୍ପାଦକଙ୍କ ଏପରି କାର୍ଯ୍ୟକ୍ରମକୁ ସମର୍ଥନ କରିବା ସହିତ ଏ କାର୍ଯ୍ୟକ୍ରମ ରାଜ୍ୟର ପ୍ରତି ଜିଲ୍ଲାରେ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *