ଶ୍ରୀଜଗନ୍ନାଥ ଜ୍ଞାନ ସଂସ୍କୃତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଛାତ୍ର ଓ ଛାତ୍ରୀ

ଖଇରା/ବାଲେଶ୍ବର,୧୯/୧୧/ ଚଳିତ ବର୍ଷ ସେପ୍ଟେମ୍ବର ମାସ ୮ ତାରିଖରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ୧୦ଟି ହାଇସ୍କୁଲ ଓ ଗୋଟିଏ କଲେଜକୁ ମିଶାଇ ମୋଟ ୧୧ଗୋଟି ଶିକ୍ଷା ଅନୁଷ୍ଠାନର ୫ ଶହ ପାଚାଶ ଜଣ ଛାତ୍ରଛାତ୍ରୀ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଅଧିକ ଜାଣିବା ପାଇଁ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ଶ୍ରୀଜଗନ୍ନାଥ ଜ୍ଞାନ ସଂସ୍କୃତି ଚାରଣଗୋଷ୍ଠୀ ପୁରୀ ତରଫରୁ ଅନୁଷ୍ଠିତ ହୋଇଥିଲା । ଏଥିରେ କଇଥଗଡିଆ ଗ୍ରାମର ନନ୍ଦକିଶୋର ସାହୁଙ୍କ ପୁତ୍ର ତଥା କୁପାରୀ ହରେକୃଷ୍ଣ ମହାବିଦ୍ୟାଳୟର +୩ କଳା ବିଭାଗର ୨ୟ ବର୍ଷର ଛାତ୍ର ଏମ.ଏନ. ଦିବ୍ଯଲୋଚନ ସାହୁ ଓ ନୂଆସାହି ଗ୍ରାମର ବସନ୍ତ ବେହେରାଙ୍କ ଝିଅ ତଥା ସୁଣ୍ଢିରା ଦାଶରଥି ବାରପଡା ହାଇସ୍କୁଲର ଛାତ୍ରୀ ସ୍ଥିତିପ୍ରଜ୍ଞା ବେହେରା ବ୍ଲକର ପ୍ରଥମ ହୋଇ ବିଦ୍ଯାଳୟ,ପରିବାର,ବ୍ଲକ ଓ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡିଆ ତଥା ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା । ତାଙ୍କର ମହିମା ଅବର୍ଣ୍ଣନୀୟ । ସେ ସର୍ବତ୍ର ବିଦ୍ଯାମାନ ଅଟନ୍ତି । ତାଙ୍କୁ ଯିଏ ଯେପରି ଭାବରେ ପୂଜନ୍ତି ସେହିପରି ଫଳ ପାଇଥାନ୍ତି । ତାଙ୍କ ନିର୍ଦ୍ଦେଶ ବିନା ଗଛର ପତ୍ର ବି ହଲେ ନାହିଁ । ସେ ହେଉଛନ୍ତି ଆଦି ଓ ଅନ୍ତ । ତେଣୁ ତାଙ୍କ ମହିମା ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଆମ୍ଭମାନଙ୍କର ମୂଳରୁ ଇଚ୍ଛା ଥିଲା । ଏବେବି ଅଛି ଆଗଗକୁ କିପରି ଅଧିକ ଜାଣିବୁ ସେହି ଉଦ୍ଦେଶ୍ୟ ନେଇ ଆମ୍ଭେମାନେ ଏହି ପରୀକ୍ଷା ଦେଇଛୁ । କାରଣ ଆମ୍ଭେମାନେ ଶ୍ରୀଜଗନ୍ନାଥଙ୍କୁ ଧ୍ଯାନକରୁ ,ତାଙ୍କୁ ସ୍ମରଣକରି ସବୁ କାର୍ଯ୍ଯରେ ପାଦଦେଇ ସଫଳ ପାଉ, ତେଣୁ ଜଗନ୍ନାଥଙ୍କ ନାମର କି ମାହାତ୍ମ୍ୟ ଅଛି ସେ ବିଷୟରେ ସବିଶେଷ ଜ୍ଞାନ ଅର୍ଜନ କରିବା ପାଇଁ ସବୁବେଳେ ମନ ମଧ୍ଯରେ ଚିନ୍ତା କରୁଥିଲୁ, ଯାହାହେଉ ପ୍ରଭୁ ଶ୍ରୀଜଗନ୍ନାଥ ସେ ସୁଯୋଗ ଆମ୍ଭମାନଙ୍କୁ ଦେଇଥିବାରୁ ଆଜି ପରୀକ୍ଷା ଦେଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ନିଜକୁ ଧନ୍ୟ ମନେକରିଵା ସହିତ ଅଧ୍ଯକ୍ଷ ଓ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଏବଂ ପିତାମାତା ଆମ୍ଭେମାନଙ୍କୁ ଏ ସୁଯୋଗ ଦେଇଥିବାରୁ ସମସ୍ତ ଶ୍ରେୟ ତାଙ୍କୁ ହିଁ ଦେଉଛୁ ବୋଲି ଛାତ୍ରଛତ୍ରୀ ଦ୍ବୟ ପ୍ରକାଶ କରିଛନ୍ତି । ଏହାଛଡା ଆଗାମୀ ଡିସେମ୍ବର ମାସରେ ପୁରୀଠାରେ ହେଉଥିବା ରାଜ୍ଯ ସ୍ତରୀୟ ଶ୍ରୀଜଗନ୍ନାଥ ଜ୍ଞାନ ସଂସ୍କୃତି ପରୀକ୍ଷାରେ ଅଂଶ ଗ୍ରହଣ କରିବା ପାଇଁ ମଧ୍ଯ ଛାତ୍ରଛାତ୍ରୀ ଦ୍ବୟ ସମ୍ମତି ପ୍ରଦାନ କରିଛନ୍ତି ।
ବାଲେଶ୍ବର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରା