Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୯୧ତମ ଗୁରୁ ଜୟନ୍ତୀ ପାଳନ ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ

1 min read

ରାୟଗଡା :ଗୁରୁତୀର୍ଥ ଗୁଡିଆବନ୍ଧ ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିର ପରିସରରେ ୨ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଜୁଲାଇ ମାସ ୧୮ ତାରିଖରେ ଦିବ୍ୟ ଦର୍ଶନ ସଂଘ ପ୍ରତିଷ୍ଠାତା ପରମ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୧ତମ ଜୟନ୍ତୀ ମହୋତ୍ସବ ପଦ୍ମପୁର, ରାମନାଗୁଡା,ଗୁଣପୁର,ଓ ଗୁଡାରି ବ୍ଳକର କର୍ମକର୍ତ୍ତା ଓ ଗୁରୁଭାଇ ଭଉଣୀ ମାନଙ୍କୁ ନେଇ ମହା ଆଡମ୍ବରର ସହ ପାଳନ କରିବା ନିମନ୍ତେ ଗୁଡିଆବନ୍ଧ ଶାଖା ଆନୁକୂଲ୍ୟରେ ଏହାର ପ୍ରାକପ୍ରସ୍ତୁତି ନିମନ୍ତେ ଗତ ଜୁନ ମାସ ୨୨ ତାରିଖରେ ପ୍ରଥମ ବୈଠକ, ଓ ଗତକାଲି ଅର୍ଥାତ୍ ଜୁଲାଇ ୭ ତାରିଖରେ ଏହାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଶିବିର , ବୃକ୍ଷ ରୋପଣ, ନଗର ସଂକୀର୍ତ୍ତନ ଓ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ଅଞ୍ଚଳର ବହୁ ଆଧ୍ୟାତ୍ମିକ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବାର ନିଷ୍ପତି କରାଗଲା । ଜୟନ୍ତୀ ମହୋତ୍ସବ ଶୃଙ୍ଖଳା ର ସହ ସମସ୍ତ କାର୍ଯ୍ୟ ପରିଚାଳନା ନିମନ୍ତେ ଭାଇ ଭଉଣୀ ମାନଙ୍କୁ ଦାୟିତ୍ଵ ଅର୍ପଣ କରାଗଲା । ଭଜନ ପରିବେଷଣ ଓ ଦିବ୍ୟ ଜ୍ଞାନ ଆଲୋଚନା ପ୍ରବଚନ ସୁରୁଖୁରୁରେ ସମାପନ ନିମନ୍ତେ ସମସ୍ତ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା ।
ବୈଠକକୁ ॐକାର ଧ୍ୱନି, ଗୁରୁବନ୍ଦନା, ପ୍ରାରମ୍ଭିକ ଭଜନ ଦ୍ୱାରା ଆରମ୍ଭ କରାଯାଇଥିଲା । ଗୁଡିଆବନ୍ଧ ଶାଖା ସଭାପତି ଲାଡି ଉଦୟ ଶଙ୍କର ସଭାରେ ସଭାପତିତ୍ବ କରିଥିଲେ , ସଂପାଦକ ଜନାର୍ଦ୍ଦନ ସେନାପତି ବିବରଣୀ ପାଠ ଓ ବୈଠକର ଉଦେଶ୍ୟ ଅବଗତ କରାଇ ଥିଲେ । ଆଞ୍ଚଳିକ ପ୍ରତିନିଧି ଲାଡି ନାଗେଶ୍ୱର ରାଓ ଉପସ୍ଥିତ ଭାଇ ଭଉଣୀ ମାନଙ୍କ ମତାମତ ଲୋଡିବା ସହ ଯୋଜନା ପ୍ରସ୍ତୁତ କରିଥିଲେ । ଉପ ସଭାପତି ଉଦୟ ଶବର ଭାଇ ଭଉଣୀ ମାନଙ୍କୁ ବିଭିନ୍ନ ବିଭାଗ ତୁଲାଇବାକୁ ଦାୟୀତ୍ବ ଅର୍ପଣ କରିଥିଲେ । ପରିଶେଷରେ କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ବାହିନୀ ଭୂଜଙ୍ଗ ଭାଇ ସମସ୍ତ ଭାଇ ଭଉଣୀ ନିଜ ଗୁରୁଙ୍କର ଜୟନ୍ତୀ ମହୋତ୍ସବ କୁ ସବୁଦିଗରୁ ସଫଳ କରିବାକୁ ଉତ୍ସାହିତ କରିଥିଲେ । ୧୬ ଜୁଲାଇ ରବିବାର ସକାଳୁ ସ୍ଥାନୀୟ କର୍ମ କର୍ତ୍ତା ଓ ଭାଇ ଭଉଣୀ ମାନଙ୍କୁ ନେଇ ଗ୍ରାମ ସଫେଇ, ଜୁଲାଇ ୧୭ ତାରିଖରେ ଗୁଡିଆବନ୍ଧ, ଅଭ୍ୟାସ ଟେକ୍ନୋ ସ୍କୁଲ, ପଦ୍ମପୁର, ତଥା ଅନ୍ତରଝୋଲି ଦିବ୍ୟ ଦର୍ଶନ ଆଶ୍ରମ ପରିସରରେ ବୃକ୍ଷ ରୋପଣ, ଓ ଜୁଲାଇ ୧୮ ତାରିଖରେ ସକାଳ ୬ ଘଣ୍ଟାରେ ନଗର ସଂକୀର୍ତ୍ତନ ଓ ମିଷ୍ଟାନ୍ନ ବଣ୍ଟନ , ୧୦:୩୦ ମି. ରେ ରକ୍ତଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ତଥା ୧୧:୦୦ ଠାରୁ ଦିବ୍ୟ ସତସଂଗ କାର୍ଯ୍ୟକ୍ରମ କରାଯିବାର ସ୍ଥିର କରାଯାଇଥିଲା । ପରିଶେଷରେ ଶାନ୍ତି ପାଠ କରି ସଭା ସାଙ୍ଗ କରାଗଲା । ସଭାରେ ଅଞ୍ଚଳ ବହୁ ଭାଇ ଭଉଣୀ ଯୋଗଦାନ କରିଥିଲେ ।
ରାୟଗଡାରୁ ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *