Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୦୦୧ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

1 min read

ଜୟପୁର (ସଖପ୍ର) : କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ପୁଲିସକୁ ପୁଣି ଗଂଜେଇ ଧରପଗଡ଼ରେ ମିଳିଛି ସଫଳତା। ଗୋଟିଏ ଅଦା ବୋଝେଇ ଟ୍ରକରେ ଗୋଟିଏ ଟନ୍ ଗଂଜେଇ ଚାଳାଣ ବେଳେ ସଦରଥାନା ପୁଲିସ ହାତରେ ଟ୍ରକଟି ଧରା ପଡ଼ିଥିଲା। କୈାଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର୍ ଏବଂ ଏସ୍. ଆଇ. ଏନ୍.କେ ଟୋପୋ ଏକ ପୋଲିସ ଟିମ ନେଇ ଜୟପୁର କୋରାପୁଟ ଘାଟିରେ ଜଗିରହିଥିଲେ। ଟ୍ରକଟିକୁ ଜୟପୁର କୋରାପୁଟ ଘାଟିରେ ଅଟକାଯାଇ ଯାଂଚ କରିଥିଲା ସଦର ପୋଲିସ। ଜୟପୁର ସଦର ପୋଲିସ ଟ୍ରକଟିକୁ ଥାନାରେ ଆଣି ଯାଞ୍ଚ୍ କରିବା ପରେ ଅଦା ବୋଝେଇ ହୋଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା। ଜବତ ହୋଇଥିବା ଗଞ୍ଜେଇ ପଞ୍ଜାବ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି।

ଏହି ଜବତ ହୋଇଥିବା ଛଅ ଚକିଆ ଟ୍ରକଟିକୁ ପୋଲିସ ଯାଞ୍ଚ୍ ବେଳେ ଅଦାବସ୍ତା ଗୁଡ଼ିକୁ ଖୋଲି ଦେଖିବା ବେଳେ ପଛରେ ଗଂଜେଇ ରହିଥିଲା। ଏହି ଗଞ୍ଜେଇ ଏକ ଛଅ ଚକିଆ ଟ୍ରକ ଯାହାର କି ଗାଡ଼ି ନମ୍ବର ପି.ବି.୬୫ ଭି ୪୪୫୬ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜୟପୁର ସଦର ପୋଲିସ ପଣ୍ଡ କରିଥିଲା। ଗଞ୍ଜେଇ ମୂଲ୍ୟ ୧ କୋଟି ଟଙ୍କା ହେବା ନେଇ ସୂଚନା ଦେଇଛନ୍ତି ଜୟପୁର ସଦର ପୋଲିସ। ଏହା ସହିତ ୧ ମୋବାଇଲ ଫୋନ, ଏବଂ ୯୩ ପ୍ୟାକେଟ ଗଞ୍ଜେଇ ସହ ଚଣ୍ଡୀଗଡ଼ ଜିଲ୍ଲା ହରିଆଣାର ଆମିନ୍ଦାର ସିଂ ( ୩୧) ଙ୍କୁ ଗିରଫ କରିଥିବା ସୂଚନା ଦେଇଛି ଜୟପୁର ସଦର ପୋଲିସ। ଜୟପୁର ସଦର ପୋଲିସ ଦ୍ବାରା ଏକ କେସ୍ ନମ୍ବର ୧୩୨/୨୧ ରୁଜୁ କରି ତଦନ୍ତ କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟପୁର ସଦର ଥାନା ଅଧିକାରୀ ଅଦିତ୍ୟ ମହାକୁର।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *