Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ବର୍ଗତ ତରୁଣ କୁଲଦୀପଙ୍କ ପାଇଁ ସ୍ଥାନୀୟ ସରୋଜିନୀ ଭବନ ଠାରେ ଶୋକସଭା

1 min read

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ସ୍ବର୍ଗତ ତରୁଣ କୁଲଦୀପଙ୍କ ପାଇଁ ସ୍ଥାନୀୟ ସରୋଜିନୀ ଭବନ ଠାରେ ଧିରେନ ମୋହନ ପଟନାୟକଙ୍କ ସଭାପତିତ୍ୱରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ କାଉନସିଲର ସର୍ବଶ୍ରୀ ଶ୍ରୀ ବିନୋଦ ମହାପାତ୍ର, ଵାଲା ରାୟ, କୃଷ୍ଣ ହୋତା, ଯୁବ ନେତା ଗୌତମ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇ ଶ୍ରୀକୁଲଦୀପଙ୍କ କଳାକାର ଜୀବନ, ରାଜନୈତିକ ଜୀବନ, ତଥା ସାମାଜିକ ଜୀବନକୁ ମନେ ପକାଇ ଜୟପୁର ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତବ୍ୟକ୍ତ କରିଥିଲେ ।


ଏଥିରେ ସର୍ବଶ୍ରୀ ରବି ପାତ୍ର, ଜୟନ୍ତ ସାନ୍ତ୍ରା, ସରୋଜ ଦାଶ, ଅମର ମିଶ୍ର, ପଞ୍ଚାନନ ମିଶ୍ର, ଖ୍ରୀଷ୍ଟଦାନ ଟାକ୍ରି, ମଦନ ନାୟକ, ମୁରଲୀ ମହାପାତ୍ର, ରିଙ୍କି ଟାକ୍ରି, ନାରାୟଣ ସାଗର. ହର ମିଶ୍ର, ଉମାକାନ୍ତ ମହାରଣା, ବିଜୟ ପଣ୍ଡା, ନାରାୟଣ ସାହୁ, ଗଣେଶ ମିଶ୍ର ପ୍ରମୁଖ ବହୁ କଳାକାର, ସହପାଠୀ, ରାଜନେତା, ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଉତ୍ସବକୁ କୁଲଦୀପ ପରିବାର ପରିଚାଳନା କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *