10/19/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଲକାନଗିରି ଠାରେ ରେଡ଼କ୍ରସ ପକ୍ଷରୁ ପ୍ରଶିକ୍ଷଣ ଶିବିର

ମାଲକାନଗିରି ୨୭/୦୯ (ସଖପ୍ର): ତୃଣମୂଳ ସ୍ତରରେ ଜୁନିୟର ରେଡ଼କ୍ରସର କାର୍ଯ୍ୟକ୍ରମ କରିବା ପାଇଁ ତୃତୀୟ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ କୋରୁକୁଣ୍ଡା ଶିକ୍ଷା ବ୍ଲକକୁ ନେଇ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଲକାନଗିରି ଠାରେ ଏକ ଦିବସୀୟ ଜୁନିୟର ରେଡ଼କ୍ରସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦୁଇଟି ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ସମୁଦାୟ ୨୫ ଜଣ ଶିକ୍ଷକ ପ୍ରଶିକ୍ଷିତ ରୂପେ ଏହି ଶିବିରରେ ଅଂଶ ଗ୍ରହଲ କରିଥିଲେ। ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ରଶ୍ମିରଞ୍ଜନ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଧନେଶ୍ୱର ମହାପାତ୍ର ଯୋଗଦେଇ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ୟା ଓ ତାହାର ଉପଚାର ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୁବ ରେଡ଼କ୍ରସର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ରେଡ଼କ୍ରସର ଆନ୍ଦୋଳନ କରି ଏବଂ ବର୍ତ୍ତମାନ ପରିସ୍ଥିତିରେ ତାର ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରଶିକ୍ଷିତ ମାନଙ୍କୁ ପ୍ରେରଣା ପ୍ରସାନ କରିଥିଲେ। ସାଧନା କର୍ମୀ ମାର୍କଣ୍ଡ ଚାରଣ ଦାସ ସଭା ପରିଚାଳନା କରିବା ସହିତ ବିପର୍ଯ୍ୟୟ ପରିମଳ ସମ୍ପର୍କିତ ପାଠ୍ୟ ଖସଡ଼ା ଉପଯୋଗ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ। ସାଧନକର୍ମୀ ନିରଞ୍ଜନ ମହାରଣା ପ୍ରାଥମିକ ଚିକିତ୍ସା କିପରି ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ କରିବ ସେହି ବିଷୟରେ ଆଲୋକପାତ କରିବା ସହିତ ତାହାର ପ୍ରୟୋଗାତ୍ମକ କୌଶଳ ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ସହଯୋଗ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *