Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସମ୍ପର୍କର ସେତୁର ଅବସ୍ଥା ଭଲ ନାହିଁ…

1 min read

ମାଲକାନଗିରି :ସ୍ୱାଭିମାନ ଅଂଚଳର ସମ୍ପର୍କର ସେତୁ ଗୁରୁପ୍ରିୟା ସେତୁର ଅବସ୍ଥା ଏବେ ଭଲ ନାହିଁ |ମାତ୍ର ୨ ବର୍ଷର ଏହି ସେତୁରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି |ଏହି ସେତୁ ନିର୍ମାଣ ବହୁତ ବାଧାବିଘ୍ନ ପରେ ହୋଇଥିଲା|ମୁଖ୍ୟମନ୍ତ୍ରୀ ନିଜେ ଆସି ଏହାକୁ ଉଦଘାଟନ କରିଥିଲେ |ଏହା ନିର୍ମାଣ ନିମନ୍ତେ ପ୍ରାୟ 172କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା |ଏହା ଦ୍ୱାରା ସ୍ୱାଭିମାନ ଅଂଚଳର ୮ ଟି ପଂଚାୟତର ଲୋକେ ଉପକୃତ ହେଉଛନ୍ତି |ବର୍ତମାନ ଏହାର ଅବସ୍ଥା ଦେଖି ସେହି ଅଂଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି |ବିରୋଧୀ ଦଳର ନେତାମାନେ କହୁଛନ୍ତି ଯେ ଆମେ ତିଆରି ସମୟରେ ହିଁ କହୁଥିଲୁ ଯେ ଏହି ସେତୁ ନିର୍ମାଣରେ ବହୁତ ଦୁର୍ନୀତି ହୋଇଛି |ଏବେ ଜିଲ୍ଲା ପ୍ରଶାସନ ଏହାର ମରାମତି କରୁଛି |ବୁଦ୍ଧିଜୀବୀଙ୍କ ମତରେ ଏହି ସେତୁର ରକ୍ଷଣ ବେକ୍ଷଣ ଠିକ ଭାବେ ହେବା ଉଚିତ ଓ ଯଦି ଏଥିରେ କିଛି ବି ଦୁର୍ନୀତି ହୋଇଥାଏ ତେବେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ବ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *