Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଆରପିଏଫ ଓ ଜିଆରପି ପୋଲିସର ମିିଳିତ ଚଢାଉ : ୧୦କେଜି ଗଞ୍ଜେଇ ଜବତ, ୨ଗିରଫ

1 min read

ରାୟଗଡଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଗତ କିଛି ମାସର ବ୍ୟବଧାନ ପରେ ପୁଣି ଟ୍ରେନ ଯୋଗେ ଗଂଜେଇ ଚୋରାଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ରାୟଗଡ ରେଳବାଇ ପୋଲିସ ସୁରକ୍ଷା ବଳ (ଆରପିଏଫ) । ଗିରଫ ଦୁଇ ଅଭିଯୁକ୍ତ ହେଲେ ମାଲକାନଗିରିର ଗୋବିନ୍ଦ ଖରା ଓ ନନ୍ଦ ଖୋସଲା । ସେମାନଙ୍କ ଠାରୁ ଦୁଇଟି ବ୍ୟାଗରୁ ୫କେଜି ଲେଖାଁଏ ୧୦କେଜି ଓଜନର ଦୁଇଟି ପ୍ୟାକେଟରୁ ଗଂଜେଇ ଜବତ କରାଯାଇଛି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଳାପାଳ ଦେବାଶିଷ କରଙ୍କ ଉପସ୍ଥିତିରେ ଗଂଜେଇକୁ ଜବତ କରାଯାଇ ଓଜନ କରାଯିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଗଂଜେଇ ଚୋରାଚାଲାଣକାରୀ ଦୁଇ ଜଣ ଅଭିଯୁକ୍ତ ଏହି ୧୦କେଜି ଗଂଜେଇ ନେଇ କୋରାପୁଟରୁ ଝାରସୁଗୁଡାକୁ ଯାତ୍ରା କରୁଥିବା ଜଣାପଡିଛି । ଏ ନେଇ ରାୟଗଡ ଆରପିଏଫ ଥାନାଧିକାରୀ ଡି.ଏନ.ତ୍ରିଲୋକଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ପ୍ରତିଦିନ ପରି ଜଗଦଲପୁର-ହାୱଡା ସମେଲଶ୍ୱରୀ ଏକ୍ସପ୍ରେସ ରାୟଗଡ ରେଳ ଷ୍ଟେସନ ପଂହଚିବା ପରେ ଆରପିଏଫ ଓ ଜିଆରପି ପୋଲିସ ତରଫରୁ ମିଳିତ ଚଢାଉ କରାଯାଇ ଖାନ ତଲାସି କରାଯାଉଥିବା ବେଳେ ଟ୍ରେନରେ ବସିଥିବା ମାଲକାନଗିରିରର ଦୁଇ ଯୁବକ ଗୋବିନ୍ଦ ଓ ନନ୍ଦଙ୍କ ବ୍ୟବହାରକୁ ସନ୍ଦେହ କରି ପୋଲିସ ତାଙ୍କ ବ୍ୟାଗଗୁଡିକକୁ ଯାଂଚ କରିଥିଲେ । ଦୁଇ ଜଣଙ୍କ ପାଖେ ଥିବା ଦୁଇଟି ବ୍ୟାଗରୁ ଗଂଜେଇ ବାହାରିଥିବାରୁ ଦୁଇଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକା ପଚାରାଉଚୁରା କରିଥିଲେ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଶ୍ରୀ ତ୍ରିଲୋକ ସୂଚନା ଦେଇଛନ୍ତି । ଏହି ଚଢାଉ ବେଳେ ଆରପିଏଫ ଥାନାଧିକାରୀ ଡି.ଏନ.ତ୍ରିଲୋକ, ସବଇନ୍ସପେକ୍ଟର ଏସ.କେ.ବାରିକ, ସରକାରୀ ରେଳବାଇ ପୋଲିସ (ଜିଆରପି) ସବଇନ୍ସପେକ୍ଟର ଆଲୋକ କୁମାର ନାୟକ, ୟୁ.ସି.ନାୟକଙ୍କ ସମେତ ପୋଲିସ କନେଷ୍ଟବଳମାନେ ଉପସ୍ଥିତ ରହିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *