Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ପୋୖର ପରିଷଦ ୱାର୍ଡ ନମ୍ୱର ୩ ବସ୍ତି ବାସିନ୍ଦାଙ୍କ ଗଣଧାରଣାର ଐତିହାସିକ ବିଜୟ ଦିବସ

1 min read

ମାଲକାନଗିରି :ଓଡିଶାର ଭୂମିହୀନ ଜନସାଧାରଣଙ୍କ ପାଇଁ ଆଶାଟିଏ ଦେବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଘରବାଡି ପଟ୍ଟା ଯୋଗାଇଦେବା ଭଳି ଐତିହାସିକ ବ୍ୟବସ୍ଥା ଆରମ୍ଭ କରିଛନ୍ତି l ଆଜି ମାଲକାନଗିରି ପୌରପରିଷଦ ତରଫରୁ ଆୟୋଜିତ ୩ ନମ୍ବର ୱାର୍ଡ ଠାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ହିତାଧିକାରୀ ଜି.ଶ୍ରୀନିବାଶ ରାଓ ,ବି .କ୍ରିଷ୍ଣା ବେଣୀ ,ବି. ସୁଶିଳା ରାଓ ,ଡି. ଗୋୖରୀ .ଗୀତାଞ୍ଜଳି ବାହାଦୂର ଙ୍କ ସମେତ ୨୬୪ ଜଣ ହିତାଧିକାରୀ ଙ୍କୁ ପୋୖର ପରିଷଦ ଏଲ୍ ଆର୍ ସି ଘରବାରି ପଟ୍ଟା ବଣ୍ଟନ କରିଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ଲୋକମାନଙ୍କ ଉଦ୍ଦେଶ୍ୟରେ ଉପଯୋଗ କରି ଅଞ୍ଚଳର ବିକାଶ ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିବ ବୋଲି ମୁଖ୍ୟ ଅତିଥି ଶ୍ରୀ ରମେଶ ଚନ୍ଦ୍ର ମାଝୀ ଅଭିଭାଷଣ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ଜନ ପ୍ରିୟ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ,ପୋୖର ଅଧ୍ୟକ୍ଷ ମନୋଜ କୁମାର ବାରିକ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ,ଆଇନଜୀବି ଜିଲ୍ଲା ସଭାପତି ତଥା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ ପାଣ୍ଡ ,ମାଲକାନଗିରି ତହସିଲଦାର ସାଏଦ ସବୀର ସାହା ,ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କାଁନହୁ ଚରଣ ପଟନାୟକ ମଞ୍ଚାସିନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତାମି ,ଜାଗା ମିଶନ ସଂଯୋଜକ ଜଗନ୍ନାଥ ଖେମୁଣ୍ଡୁ ,ସ୍ୱତନ୍ତ୍ର ଉନ୍ନୟନ ବିକାଶ୍ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ,ବରିଷ୍ଠ ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ପୋୖର ଉପାଧ୍ୟକ୍ଷା କବିତା ମହନ୍ତ ,ନଗର ସଭାପତି ଡ଼ି. ନାଗା ,ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ ଓ ବି . କାମେଶ୍ବର ରାଓ ,ୱାର୍ଡ କାଉନସିଲର ପ୍ରୀତମ ସେଠି ,ଦମାଜସେବୀ ଜି .ଶ୍ରୀନିବାଶ ରାଓ ,ମାଲକାନଗିରି ରାଜସ୍ୱ ନିରକ୍ଷକ ଶ୍ରୀନିବାଶ ପଟ୍ଟନାୟକ ,ଜୋନ୍ ସଂଯୋଜକ ମଙ୍ଗଳା ପାଙ୍ଗି ,ପୁର୍ବତ୍ତନ କାଉନସିଲର ସୁକଦେଵ ବୈରାଗୀ ,ପୁର୍ବତ୍ତନ କାଉନସିଲର ବି .ଵାଲା ,କାଲିମେଳା ଜୋନ୍ ସଭାପତି ସୁବ୍ରତ ଶୀଲ ,ଦୀପକ ବିଶ୍ୱାସ ,ଯୁବ ଉପ ସଭାପତି କଣ୍ଟେସ ପୋଟଲା ,କେ. ରାହୁଲ ଓ ବିଭୁତି ଭୂଷଣ ପ୍ରମୁଖ ଙ୍କ ସହ ହିତାଧିକାରୀ ଓ ସମସ୍ତ ଜନ ସାଧାରଣ ଉପସ୍ଥିତ ଥିଲେ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *