Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାରେ ଲସି ପିଇ ୧୦୦ ଜଣ ଗୁରୁତର

1 min read

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ବ୍ଲକ ନିକଟସ୍ଥ କାଲଦାପଲ୍ଲୀ ପଞ୍ଚାୟତର କୁର୍ତ୍ତି ଠାରେ ପ୍ରତ୍ଯେକ ଶୁକ୍ରବାର ଦିନ ସାପ୍ତାହିକ ହଟ ବସୁଥିବା ବେଳେ ଗତ କାଲି ସେହି ହାଟରେ ଲସି ପିଇ ଶତାଧିକ ଲୋକ ଅସୁସ୍ଥ ହୋଇ ପଡିଥିବା ଜଣା ପଡିଛି |ଆଜି ଗୁରୁତରମାନଙ୍କୁ ପଡିଆ ଏବଂ କାଲାମେଳା ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି |ଘଟଣାରୁ ପ୍ରକାଶ ଯେ,କୁର୍ତ୍ତି ଗ୍ରାମରେ ପ୍ରତ୍ଯେକ ଶୁକ୍ରବାର ଦିନ ସାପ୍ତାହିକ ହାଟ ବସୁଥିବା ବେଳେ ଗତ କାଲି ଏଠାରେ ହାଟ ବସିଥିଲା |ହାଟକୁ ଯିଏ ଯାହାର ପନିପରିବା ଠାରୁ ଆରମ୍ଭ କରି ଘର କରଣା ସାମଗ୍ରୀ କ୍ରୟ କରିଥାନ୍ତି |ତେବେ ଗ୍ରୀଷ୍ମ ଦିନ ହେତୁ ତୃଷା ମେଣ୍ଟାଇବା ପାଇଁ ବିଭିନ୍ନ ମୃଦ୍ୟୁ ପାନୀୟ ପ୍ରତି ଲୋକମାନଙ୍କ ମନ ବଳିଥାଏ |ସେହି ପରି କିଛି ଲୋକ ହାଟରେ ଲସି ପାନ କରି ନିଜ ନିଜର ତୃଷା ମେଣ୍ଟାଇ ଘରକୁ ଫେରିଥିଲେ | ମାତ୍ର ରାତିରେ ଲସି ପାନ କରିଥିବା ଲୋକମାନଙ୍କ ସ୍ବାସ୍ଥ୍ଯ ବିଗିଡି ଯାଇଥିଲା |ଫଳରେ ଗୁରୁତର ଲୋକମାନେ ସ୍ଥାନୀୟ ପଡିଆ ଏବଂ କାଲିମେଳା ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି |ଏହି ଲସି ପାନୀୟରେ ଶତାଧକ ଲୋକ ସଂଶ୍ଳୀଷ୍ଠ ଥିବା ବେଳେ ଛୋଟ ଛୋଟ ପିଲାମାନେ ମଧ୍ଯ ଏଥିରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି |ପ୍ରଶାସନ ଠିକ ଭାବେ ତଦନ୍ତ କଲେ ପ୍ରକୃତ ରହସ୍ଯ ଲୋକ ଲୋଚନକୁ ଆସି ପାରିବ ବୋଲି ଜିଲ୍ଲାବାସୀ ମତ ପ୍ରକାଶ କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *