Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାରେ ଏବେ ଅଜଣା ରୋଗର ଆତଙ୍କ ଖେଳିଯାଇଛି…

1 min read

ମାଲକାନଗିରି (ସଖପ୍ର): ଅଜଣା ତଥା ରହସ୍ୟମୟ ରୋଗ ପାଇଁ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । ବିଗତ ୧୫ଦିନରେ କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗାଁରେ ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଡାକ୍ତରୀ ଦଳର ରିପୋର୍ଟ କିନ୍ତୁ କିଛି ଭିନ୍ନ ବୟାନ କରିଛି । ସୁଧାଖଣନ୍ଟା ଗାଁରେ ଅଜଣା ରୋଗର ଆତଙ୍କ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ତର୍ଜମା କରିବାକୁ ଯାଇ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗାଁରେ ସମସ୍ତଙ୍କ ଘର ବୁଲିି ଅନୁଧ୍ୟାନ କରିଥିଲା । ହେଲେ ବହୁ ସମୟ ଧରି ଗାଁ ଲୋକଙ୍କ ସହ ଆଲୋଚନା ପରେ ମଧ୍ୟ ଡାକ୍ତରୀ ଦଳ କୌଣସି ଅଜଣା ରୋଗର ସନ୍ଧାନ ପାଇନଥିଲା । ଏପରିକି ଶିଶୁ ମୃତ୍ୟୁ ଖବର ଏକ ଗୁଜବ ବୋଲି ଡାକ୍ତର ଚିନ୍ମୟ ପଣ୍ଡାଙ୍କ ନେତୃତ୍ୱରେ ଗାଁକୁ ଗସ୍ତ କରିଥିବା ଡାକ୍ତରୀ ଦଳ ସୂଚନା ଦେଇଛି । ପୂର୍ବରୁ ୨୦୧୬ରେ ଜାପାନୀ ଏନସେଫାଲାଇଟିସ୍ ରୋଗରେ ପୀଡିତ ହୋଇ ଜିଲ୍ଲାର ଶତାଧିକ ଶିଶୁ ପ୍ରାଣ ହରାଇଥିଲେ । ତେବେ ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁଯାୟୀ ବର୍ଷାଦିନେ ଅଜଣା ରୋଗକୁ ନେଇ ଜିଲ୍ଲାର ଉପାନ୍ତ ଅଂଚଳରେ ଏଭଳି ଗୁଜବ ସୃଷ୍ଟି ହୋଇଥାଏ ।ତେଣୁ ବୁଦ୍ଧିଜୀବୀଙ୍କ କହିବାନୁସାରେ ଏହି ଅଂଚଳମାନଙ୍କରେ ଜନ ସଚେତନତା ନିହାତି ଜରୁରୀ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *