Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଏମଭି ୯ – ନମ୍ବର,ଗାଁରୁ ଜବରଦସ୍ତ ବିଦ୍ୟୁତ ବିଲ୍ ଆଦାୟ ଅଭିଯୋଗ

1 min read

ମାଲକାନଗିରି(ସଖପ୍ର): ମାଲକାନଗିରି ଏମଭି ୯ – ନମ୍ବର , ଗାଁରୁ ଜବରଦସ୍ତ ବିଦ୍ୟୁତ ବିଲ୍ ଆଦାୟ ଅଭିଯୋଗ ହୋଇଛି। ଗାଁ ବାଲା ଅଭିଯୋଗ କରିଛନ୍ତି ଯେ ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକର ଗୈାଡଗୁଡା ଗ୍ରାମପଞ୍ଚାୟତର MV-9 ରୁ ବିଦ୍ୟୁତ୍ ବିଭାଗର କର୍ମଚାରୀ ଏବଂ ଅଧିକାରୀଙ୍କ ଦ୍ୱାରା ଜବରଦସ୍ତ ବିଦ୍ୟୁତ୍ ବିଲ୍ ଆଦାୟ କରାଯାଉଛି। ବିଜ୍ଞପ୍ତି କିମ୍ବା ସୂଚନା ନ ଦେଇ ଜବରଦସ୍ତ ସଂଯୋଗ କାଟୁଛନ୍ତି, ଲୋକମାନେ କୁହନ୍ତି ଯେ କାହାର ତିରିଶ ହଜାର, କାହାର ଚାଳିଶ ହଜାର, କାହାର ପଚାଶ ହଜାର,କାହାର ଷାଠିଏ ହଜାର ବିଦ୍ୟୁତ୍ ବିଭାଗ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍ ହୋଇଛି, ଲୋକମାନେ କହୁଛନ୍ତି ଯେ ବିଦ୍ୟୁତ୍ ସଂଯୋଗ ଛଅ ମାସ ପାଇଁ କଟାଯାଇଛି, ବିପିଏଲ୍ ହିତାଧିକାରୀଙ୍କୁ ମଧ୍ୟ ଦଶ ପନ୍ଦର ହଜାର ପର୍ଯ୍ୟନ୍ତ ବିଲ୍ ପଠାଯାଇଛି। ଲୋକମାନେ ଏହି ଉପାୟରେ ନକଲି ବିଲକୁ ବିରୋଧ କରୁଛନ୍ତି, ଯଦି ମିଟର ଖରାପ, ତେବେ ଏହାକୁ ଠିକ କରନ୍ତୁ ଏବଂ ସଠିକ୍ ବିଲ୍ ପଠାନ୍ତୁ, ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି ।

ଶ୍ରୀ ଗଣେଶ ଚନ୍ଦ୍ର ପଟ୍ଟନାୟକ ପ୍ରତିନିଧି ମାଲକାନଗିରି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *