Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଟିତଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପୋତିଥିଲେ ମାଓବାଦୀ, ଜବତ କଲା ପୋଲିସ

1 min read

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟାଙ୍ଗି ଥାନା ଅମ୍ପାପାଲି ଅଂଚଳର ତୁମ୍ବିଗୁଡା ଓ ପାନାବାଡି ନିକଟରୁ ମାଟିତଳେ ୩ଟି ଡ୍ରମରେ ପୋତାଯାଇଥିବା ଅବସ୍ଥାରେ ୩୬ ପ୍ରକାର ମାଓ ସାମଗ୍ରୀକୁ ପୋଲିସ ଜବତ କରିଛି। ୩ଟି ଡ୍ରମସହ ଗୋଟାଏ ବନ୍ଧୁକ ,ଗୋଟାଏ ପିସ୍ତଲ,ହେଣ୍ଡ ଗ୍ରେନେଡ ଗୋଟାଏ ଇଲେକ୍ଟ୍ରିକ୍ ଡିଟେନେଟର ୪ଟି, ଆରୋବମ ୧୩ଟି ,ବୁଲେଟ ପ୍ରୁଫ ମେଟାଲ ପ୍ଲେଟ ୧ଟି,ଗନ ପାଉ ଡର ୧କେଜି ସହ ମାଓ ନଥିପତ୍ର ଜବତ କରଯାଇଛି।

ନନ୍ଦପୁର ଏରିଆ କମିଟିର ମାଓବାଦୀମାନେ ଏହି ଅଂଚଳରେ ଚଳ ପ୍ରଚଳ କରୁଥୁବା ଖବର ପାଇ କୋରାପୁଟ ପୋଲିସର ଡିଭିଏଫ,ଏସଓଜି & ୧୯୫ ବାଟାଲିୟନ ବିଏସଏଫ ପକ୍ଷରୁ ସୀମାନ୍ତରେ ଅବସ୍ଥିତ ଗ୍ରାମଗୁଡିକରେ ମିଳିତ କମ୍ବିଂ ଅପରେସନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ୧୯୫ ବାଟାଲିୟନର କମାନଡେଣ୍ଟ ଏ କେ ଉପାଧ୍ୟାୟ ଉପସ୍ଥିତ ଥିଲେ ଓ ସେ ଅଞ୍ଚଳରେ କଡା ନଜର ରଖାଯାଇଛି ବୋଲି କୋରାପୁଟ ଏସ ପି ମୁକେଶ କୁମାର ଭାମୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *